ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୫୧୪କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ .କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚିଛି।

ଘୋଷିତ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି ।  ମୃତ ୩ ମହିଳାଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫୭ ବର୍ଷିୟା ମହିଳା, ଗଞ୍ଜାମର ଜଣେ ୬୩ ବର୍ଷିୟା ବୃଦ୍ଧା ଓ ସମ୍ବଲପୁରର ୫୮ ବର୍ଷିୟା ମହିଳା ରହିଛନ୍ତି ।

ସେହିପରି ପୁରୁଷଙ୍କ ମଧ୍ୟରେ ଡାଇବେଟିସ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ବାଲେଶ୍ୱରର ୫୭ ବର୍ଷୀୟ, ଭଦ୍ରକର ୫୭ ବର୍ଷୀୟ ଓ ଭୁବନେଶ୍ୱରର ୬୨ ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ପକ୍ଷରେ ପୂର୍ବରୁ କେବଳ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଗଞ୍ଜାମର ୫୬ ବର୍ଷୀୟ ବ୍ୟକ୍ତି, ଜଗତସିଂହପୁରର ୯୦ ବର୍ଷୀୟ ବୃଦ୍ଧ, ପୁରୀର ୫୨ ବର୍ଷୀୟ ବ୍ୟକ୍ତି ଓ ରାୟଗଡ଼ାର ୬୪ ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି କରୋନା ଆକ୍ରାନ୍ତ ହୋଇ ଗଞ୍ଜାମର ଜଣେ ୩୫ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି ।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩୨୧୯ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏ ମଧ୍ୟରୁ ୧୨୮୮ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୯୩୧ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ସମ୍ବନ୍ଧିତ ଖବର

Comments are closed.