ସମ୍ବଲପୁର : କୋଭିଡ୍ ହସ୍ପିଟାଲ୍ରେ ବୁଧବାର ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବୁର୍ଲା ଭିମ୍ସାର୍ ହସ୍ପିଟାଲ୍ରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଡିଏଚ୍ଏଚ୍ରେ ଚାଲିଥିବା ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ସମ୍ବଲପୁରରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ବରଗଡ଼ରୁ ୩ ଜଣ ଏବଂ ସୁବର୍ଣ୍ଣପୁର ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୪୦ ବର୍ଷୀୟା, ଜଣେ ୫୩ ବର୍ଷୀୟ, ଜଣେ ୬୨ ବର୍ଷୀୟ ଓ ଜଣେ ୮୦ ବର୍ଷୀୟା ରହିଥିବା ବେଳେ ବରଗଡ଼ର ୨ ଜଣ ୪୦ ବର୍ଷୀୟ ଓ ଜଣେ ୪୫ ବର୍ଷୀୟ, ସୁବର୍ଣ୍ଣପୁରର ଜଣେ ୬୨ ବର୍ଷୀୟ ଓ ଝାରସୁଗୁଡ଼ାର ଜଣେ ୪୫ ବର୍ଷୀୟା ଅଛନ୍ତି। ଏହି ୯ ମୃତକଙ୍କୁ ମିଶାଇ ଭିମ୍ସାର୍ କୋଭିଡ୍ ହସ୍ପିଟାଲ୍ରେ ମୋଟ ମୃତ୍ୟୁ ସଂଖ୍ୟା ୭୬୪କୁ ବୃଦ୍ଧି ପାଇଛି। ଏଠାରେ ବର୍ତ୍ତମାନ ୨୨୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।