ଓଡ଼ିଶାରେ ଆଉ ୧୧ କରୋନା ଆକ୍ରାନ୍ତଙ୍କ ପରଲୋକ, ମୋଟ ମୃତ୍ୟୁ ସଂଖ୍ୟା ୫୯୧ ଛୁଇଁଲା

 

ଭୁବନେଶ୍ବର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ଓଡ଼ିଶାରେ ମୋଟ କରୋନା ଜନିତ  ମୃତ୍ୟୁ ସଂଖ୍ୟା ୫୯୧ ରେ ପହଞ୍ଚିଛି ।  ମୃତ୍ୟୁବରଣ କରିଥିବା କୋରନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳା ଥିବାବେଳେ ୧୦ ଜଣ ପୁରୁଷ ଅଛନ୍ତି ।

ପୁରୀ ଜିଲ୍ଲାର ଜଣ ୧୭ ବର୍ଷୀୟା ଯୁବତୀ ମୃତ୍ୟୁବରଣ କରିଥିବାବେଳେ  ଭଦ୍ରକ ଜିଲ୍ଲାର ୫୧ ବର୍ଷୀୟ ପୁରୁଷ, କଟକ ଜିଲ୍ଲାର ଜଣେ ୪୯ ବର୍ଷୀୟ ପୁରୁଷ  ମୃତ୍ୟୁବରଣ କରିଛନ୍ତି । ଏମାନଙ୍କର କୌଣସି ପୂର୍ବ ଅସୁସ୍ଥତା ଥିବା ଜଣାପଡ଼ିନାହିଁ ।

 

କିନ୍ତୁ  ମୃତ୍ୟୁବରଣ କରିଥିବା ଅନ ଆକ୍ରାନ୍ତମାନେ ବିଭିନ୍ନ ପ୍ରକାରର ସ୍ଥାୟୀ ରୋଗ ଯଥା ଡାଇବେଟିସ, ଉଚ୍ଚରକ୍ତଚାପ ତଥା କିଡନୀ ରୋଗରେ ପୀଡ଼ିତ ଥିବା  ଓଡିଶା ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।  ଡାଇବେଟିସ, ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଭୁବନେଶ୍ବର ଜଣେ ୭୦ ବର୍ଷୀୟ, ଜଣେ ୫୭ ବର୍ଷୀୟ ପୁରୁଷ , ରାୟଗଡାର ୬୫ ବର୍ଷୀୟ ପୁରୁଷ ଓ ଗଞ୍ଜାମର ୭୫ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେହିପରି ଡାଇବେଟିସ ପୀଡ଼ିତ ଥିବା କୋରାପୁଟର ଜଣେ ୭୧ ବର୍ଷୀୟ ପୁରୁଷ, ନୟାଗଡ଼ର ଜଣେ ୬୮ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।  ଡାଇବେଟିସ, ଉଚ୍ଚରକ୍ତଚାପ ତଥା କିଡନୀ ରୋଗରେ ପୀଡ଼ିତ ଥିବା  ପୁରୀର ଜଣେ ୬୦ ବର୍ଷୀୟ ପୁରୁଷଙ୍କ ପରଲୋକ ହୋଇଛି ।

ସମ୍ବନ୍ଧିତ ଖବର