ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
10.A 56-year old male of Nayagarh district who was also suffering from Diabetes.
11. A 63-year old male of Rayagada district who was also suffering from Diabetes.
— H & FW Dept Odisha (@HFWOdisha) September 12, 2020
ରାଜ୍ୟରେ ଆଜି ଯେଉଁ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ କଟକରୁ ସର୍ବାଧିକ ୩ଜଣ ଥିବା ବେଳେ ଖୋର୍ଦ୍ଧାର ଭୁବନେଶ୍ବରରୁ ୨ଜଣ ଅଛନ୍ତି। ଏହାଛଡ଼ା, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଯାଜପୁର ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
କଟକର ଯେଉଁ ୩ ପୁରୁଷ ମୃତକ ଅଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୬୬, ୮୮ ଓ ୪୫ ବର୍ଷ। ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକ ଭୁବନେଶ୍ବରର । ସେମାନଙ୍କ ଭିତରେ ଜଣେ ୩୦ ଓ ଅନ୍ୟଜଣେ ୮୨ବର୍ଷ ବୟସ୍କ ପୁରୁଷ ଅଛନ୍ତି। ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୬୩ ବର୍ଷ। ନୟାଗଡ଼ର ଜଣେ ୫୬ ବର୍ଷିୟ ପୁରୁଷଙ୍କ ପ୍ରାଣହାନି ଘଟିଛି। ଅପରପକ୍ଷରେ କନ୍ଧମାଳର ଜଣେ ୬୪ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର, ଯାଜପୁର ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୭୫, ୪୮ ଓ ୭୦ ବର୍ଷ।
ଏବେ ରାଜ୍ୟରେ ମୋଟ୍ ୧୧୨୦୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୬୩ ରହିଛି।