କରୋନାରେ ଆଉ ୧୧ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୫୦୩ରେ ପହଞ୍ଚିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୩୦୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ୧୧ଜଣଙ୍କ ମୃତ୍ୟୁ ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା, ମୟୂରଭଞ୍ଜ ଓ ପୁରୀରେ ୨ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା, କଟକରେ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

image sourcelong-island-press

ଖୋର୍ଦ୍ଧା ଜିଲ୍ଲାର ୭୩ ବର୍ଷିୟ ପୁରୁଷ ଓ ୫୫ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ପୁରୀର ଯେଉଁ ୨ଜଣ ପୁରୁଷ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ସେମାନଙ୍କର ବୟସ ଯଥାକ୍ରମେ ୪୦ ଓ ୮୫ ବର୍ଷ। ମୟୂରଭଞ୍ଜ ଜିଲ୍ଲାର ଜଣେ ୮୦ ବର୍ଷିୟ ପୁରୁଷ ଓ ୬୦ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ାର ଯେଉଁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ସେମାନେ ସମସ୍ତେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୬୦, ୩୫, ୪୦ ଓ ୪୫ ବର୍ଷ । କଟକରେ ଯେଉଁ ଜଣେ ୭୪ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏବେ ରାଜ୍ୟରେ ମୋଟ୍ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୯୧ ରହିଛି।

ସମ୍ବନ୍ଧିତ ଖବର