ଏସ୍‌ସିବି କ୍ୟାମ୍ପସ୍‌ରୁ ପୁଣି ଚିହ୍ନଟ ହେଲେ ଡେଙ୍ଗୁ ରୋଗୀ, ଦୁଇ ଦିନରେ ୧୧ ଚିହ୍ନଟ

କଟକ : କଟକ ଏସ୍‌ସିବି ମେଡିକାଲ କ୍ୟାମ୍ପସ ପରିସରରୁ ପୁଣି ଆଜି ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସୋମବାର ୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ବଡମେଡିକାଲ କ୍ୟାମ୍ପସରୁ ଏହାରି ଭିତରେ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଦୁଇ ଦିନରେ ଭଦ୍ରକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଯାଜପୁର ଓ କଟକରୁ ୧୧ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଏସ୍‌ସିବିରେ ଗଲା ୧୪ଦିନରେ ୭୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଏସ୍‌ସିବିରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ଏସ୍‌ସିବିରେ ୭୮ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୭ଜଣଙ୍କ ଡେଙ୍ଗୁ ପଜିଟିଭ୍ ବାହାରିଛି। ସେଥିରୁ ଭଦ୍ରକରୁ ୪ଜଣ, କେନ୍ଦ୍ରାପଡାରୁ ୨ଜଣ ଓ କଟକରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ରବିବାର ମଧ୍ୟ ୨୫ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୪ଟି ଡେଙ୍ଗୁ ପଜିଟିଭ୍‌ ବାହାରିଥିଲା। ସେଥିରୁ ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରପଡା, ଭଦ୍ରକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୩୬ଜଣ ରୋଗୀ ୱାର୍ଡରେ ଓ ୫ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସମ୍ବନ୍ଧିତ ଖବର