ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତରବା କନ୍ୟାଶ୍ରମର ୧୧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ହେଲେ କେଉଁ କାରଣରୁ ଛାତ୍ରୀମାନେ ଝାଡ଼ାବାନ୍ତିl। ଆକ୍ରାନ୍ତ ହୋଇଛନ୍ତି, ତାହା ଜଣା ପଡ଼ିନାର୍ହି। କନ୍ୟାଶ୍ରମର ସ୍ୱାସ୍ଥ୍ୟକର୍ମୀ ସୋମନଙ୍କୁ କିଛି ଔଷଧ ଦେଇଥିଲେ ମଧ୍ୟ ସେମାନଙ୍କ ଝାଡ଼ାବାନ୍ତି ବନ୍ଦ ନହେବାରୁ ୬ ଜଣ ଛାତ୍ରୀଙ୍କୁ ଆଜି ରାତିରେ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ, ସବୁଦିନ ଭଳି ଆଜି ସକାଳେ ହଷ୍ଟେଲ୍ରେ ଛାତ୍ରୀମାନେ ଆଶ୍ରମରେ ରୋଷେଇ ହୋଇଥିବା ଖାଦ୍ୟ ଖାଇବା ପରେ ଦିନ ୧୦ଟାରେ ବିଦ୍ୟାଳୟକୁ ଯାଇଥିଲେ। ହେଲେ ପାଠପଢ଼ା ଆରମ୍ଭ ହେବାର କିଛି ସମୟ ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ସେମାନଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/13-1.jpg)