ଇମାମ ନଗରରେ କାର ଦୁର୍ଘଟଣା :୧୧ ଆହତ, ୬ ଏସସିଵି ମେଡ଼ିକାଲରେ ଭର୍ତ୍ତି

କାର ଡ୍ରାଇଭର ଅଟକ

କଟକ: ଆଜି ପାଖାପାଖି ରାତି ୧୦ଟା ସମୟରେ ଇମାମନଗର ଗ୍ରାମ ବାରିକ ସାହିଠାରେ ବାଇଧରଙ୍କ ଦୁଇ ପୁଅ ପପୁ ଓ ପିଣ୍ଟୁର ବିଭାଘର ଚତୁର୍ଥୀ ଉତ୍ସବ ଭୋଜି ଚାଲୁଥିବା ବେଳେ ଏକ ଡ୍ରାଇଭର ନିଶାଶକ୍ତ ହୋଇ କାର ଚଳାଇ ଧକା ଦେବା ଫଳରେ ୧୧ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଏସସିଵି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୯ ବର୍ଷର ବାଳକ ଓ ୬ ବର୍ଷର ବାଳିକା ଥିବା ଜଣାପଡିଛି l

ଘଟଣା ଘଟିବା ପରେ ସାଧାରଣ ଲୋକ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଗୁରୁତର ମାନଙ୍କୁ ଏସସିଵି ମେଡ଼ିକାଲକୁ ସ୍ଥାନନ୍ତରିତ କରାଯାଇଥିଲା l ଘଟଣାସ୍ଥଳରେ କାର୍‌ର ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ ମାରିଥିଲେ l ପୁଲିସ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା  କାରକୁ କ୍ରେନ ଦ୍ୱାରା ଉଦ୍ଧାର କରି ନିଜ ହେପାଜତକୁ ନେଇଛି l ଦୁର୍ଘଟଣା ଘଟାଇଥିବା କାରଟି ବିବାହ ଭୋଜିକୁ ଆସିଥିବା ବିଭାଘର କର୍ତ୍ତାଙ୍କ ସମ୍ପର୍କୀୟ ଲୋକଙ୍କର ବୋଲି ଜଣାପଡିଛି l

ସମ୍ବନ୍ଧିତ ଖବର