‌ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୧୧

ଭୁବନେଶ୍ୱର : କେନ୍ଦ୍ର ଦକ୍ଷତା ବିକାଶ ଓ ‌ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ଶ୍ରେଷ୍ଠ ଆଇଟିଆଇ ତାଲିକା ପ୍ରକାଶ କରାଯାଇଛି। ଶ୍ରେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାର ୧୧ଟି ଆଇଟିଆଇ ସ୍ଥାନ ପାଇଛନ୍ତି। ଯେଉଁଥିରେ ୭ଟି ସରକାରୀ ଓ ୪ଟି ଘରୋଇ ଆଇଟିଆଇ ରହିଛନ୍ତି। ଶ୍ରେଷ୍ଠ ୨୦ଟି ମଧ୍ୟରେ ଦୁଇଟି ସ୍ଥାନ ପାଇଥିବା ବେଳେ ୫୦ ଭିତରେ ୪ଟି ରହିଛି। ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଦୁଇଟି ଲେଖାଏଁ ଆଇଟିଆଇ ‌ଶ୍ରେଷ୍ଠ ଶହେ ମଧ୍ୟରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସରକାରୀ ଆଇଟିଆଇ ସର୍ବଭାରତୀୟସ୍ତରରେ ୧୧ତମ ଓ ଜିଞ୍ଜିଳିକାଟୁ ସରକାରୀ ଆଇଟିଆଇ ୧୫ତମ ସ୍ଥାନ ରହିଛି। ଏହାବ୍ୟତୀତ ଯାଜପୁର ସରକାରୀ ଆଇଟିଆଇ ୨୪, ଝାରସୁଗୁଡ଼ା ସରକାରୀ ଆଇଟିଆଇ ୪୫, ଭଦ୍ରକ ଜିଲ୍ଲାର ଦି ଅଲ୍‌ମାଇଟ୍‌ ଟେକ୍ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ ୫୨, ପୁରୀ ସରକାରୀ ଆଇଟିଆଇ ୬୧, ସୁନ୍ଦରଗଡ଼ର ଡାଲମିଆ ପ୍ରାଇଭେଟ୍‌ ଆଇଟିଆଇ ୬୪, କଟକ ଜିଲ୍ଲାର ଶ୍ରୀଗୁରୁ ଆଇଟିଆଇ ୬୫, ଭଦ୍ରକ ଜିଲ୍ଲାର ଚରମ୍ପା ଆଇଟିଆଇ ୬୬, ମୟୂରଭଞ୍ଜର ଟାକଟ୍‌ପୁର ଆଇଟିଆଇ ୭୩ ଓ ଖୋର୍ଧା ଜିଲ୍ଲାର ଭୁବନେଶ୍ବର ସରକାରୀ ଆଇଟିଆଇ ୮୮ତମ ସ୍ଥାନ‌‌‌ରେ ରହିଛି। ଦେଶର ବିଭିନ୍ନ ରାଜ୍ୟରେ ଥିବା ୧୦ ହଜାର ୭୬୫ଟି ଆଇଟିଆଇକୁ ନେଇ ଏହି ତାଲିକା ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର