ସମ୍ବଲପୁର: ସମ୍ବଲପୁର ସହରର ଅନ୍ୟତମ ବ୍ୟସ୍ତବହୁଳ ଅଂଚଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାରୁ ଜଣେ ବ୍ୟବସାୟୀଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନାନୁସାରେ, ଧନୁପାଲି ଥାନା ମୋତିଝରଣର ମହମ୍ମଦ ଜିସାନ୍‌ଙ୍କର ଡିଏଚ୍‌ଏଚ୍‌ ସମ୍ମୁଖରେ ଏକ ଏସି ମରାମତି ଦୋକାନ ରହିଛି। ମଙ୍ଗଳବାର ଦିନ ୧ଟା ସମୟରେ ସେ ଦୋକାନକୁ ବାଇକ୍‌ରେ ଆସିଥିଲେ। ଦୋକାନ ଆଗରେ ବାଇକ୍ ରଖି ସେ ଦୋକାନ ତାଲା ଖୋଲିବାକୁ ଯାଉଥିଲେ। ଠିକ୍ ଏତିକି ବେଳେ ତାଙ୍କ ବାଇକ୍‌ ଲେଦର୍‌ ଡିକିରେ ଏକ ବ୍ୟାଗ୍‌ରେ ଥିବା ଟଙ୍କାକୁ ୨ ଜଣ ଦୁର୍ବୃତ୍ତ ଲୁଟି ନେଇ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଜିସାନ୍‌ଙ୍କ କହିବା ଅନୁଯାୟୀ, ତାଙ୍କ ଡିକିରେ ୧୧ ଲକ୍ଷ ଟଙ୍କା ଥିଲା।