ଦୁର୍ଘଟଣାରେ ୧୧ ଶ୍ରମିକ ଆହତ, ୫ ଗୁରୁତର

ଜିଲ୍ଲାପାଳଙ୍କଗାଡ଼ିକୁ ପିଟିଲା ଟ୍ରକ୍‌, ଅଳ୍କକେ ବର୍ତ୍ତିଲେ ଗୁହା ପୁନମ୍‌

ରାୟଗଡ଼ା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତି ଯାଇଛନ୍ତି ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର। ରାୟଗଡ଼ା ବ୍ଲକର କୁଲି ଗ୍ରାମକୁ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜିଲ୍ଲାପାଳଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଜିଲ୍ଲାପାଳଙ୍କ ସମେତ ଡ୍ରାଇଭର ପ୍ରଦୀପ ଗରଡ଼ିଆ ଓ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଚାନ୍ଦିଲି ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର, ହେଲ୍‌ପରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଅପରାହ୍ନ ପ୍ରାୟ ୨ଟାରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ‘ପିଠା’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଜ ସରକାରୀ ଗାଡ଼ି (ଓଡି ୧୮ସି ୫୬୭୮)ରେ ରାୟଗଡ଼ା ବ୍ଲକର କୁଲି, ବହଅଳୁବାଡ଼ି, ଡାଙ୍ଗଲୋଡ଼ି, ପିପିଲିଗୁଡ଼ା, ମିରାବାଲି ଓ କାରୁବାଇ ଅଭିମୁଖେ ବାହାରିଥିଲେ। କୋଲନରାରୁ ପ୍ରାୟ ୭ କିମି ଦୂର ଅତିକ୍ରମ କରି ଜିଲ୍ଲାପାଳଙ୍କ ଗାଡ଼ି ଘାଟି ରାସ୍ତା ପାର ହେଉଥିବା ସମୟରେ ହଠାତ୍‌ ଏକ ପଥର ବୋଝେଇ ଟ୍ରକ୍‌ (ଓଆର‌ ୧୮ବି ୦୮୪୬) ନିୟନ୍ତ୍ରଣ ହରାଇ ଜିଲ୍ଲାପାଳଙ୍କ ଗାଡ଼ି ସାମ୍ନାକୁ ମାଡ଼ି ଆସିଥିଲା। ଜିଲ୍ଲାପାଳଙ୍କ ଗାଡ଼ି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ରାସ୍ତା ପାର୍ଶ୍ବକୁ ଓହ୍ଲାଇ ଦେଇଥିଲେ। ତଥାପି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ଜିଲ୍ଲାପାଳଙ୍କ ଗାଡ଼ିର ଡ୍ରାଇଭର ପାର୍ଶ୍ବ କବାଟକୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଗାଡ଼ିର ଦୁଇ ଡୋର‌୍‌ ସମେତ ଅନ୍ୟ ଅ˚ଶ କ୍ଷତିଗ୍ରସ୍ତ ହୋଇଛି। ସଙ୍ଗେ ସଙ୍ଗେ ଡ୍ରାଇଭର ଓ ସୁରକ୍ଷାକର୍ମୀ ଜିଲ୍ଲାପାଳଙ୍କୁ ସୁରକ୍ଷିତ ଭାବେ ଗାଡ଼ିରୁ ଓହ୍ଲାଇଥିଲେ। ଖବର ପାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ଡିସିସି ସଂଯୋଜକ ଦୁଷ୍ମନ୍ତ ମହାନ୍ତି, କୁଲି ସରପଞ୍ଚ ହର ପ୍ରସାଦ ହେପୁରୁକା, ଅମୀୟ ସ୍ବାଇଁ ଓ ମିଶନ୍‌ ଶକ୍ତିର ମହିଳା ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ଜିଲ୍ଲାପାଳ ମିଶନ୍‌ ଶକ୍ତି ସହଯୋଗୀଙ୍କ ଗାଡ଼ିରେ କୁଲି ଗ୍ରାମ ଅଭିମୁଖେ ପିଠା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସଦର ମହକୁମାରୁ ଅନ୍ୟ ଏକ ଗାଡ଼ି ଯିବା ପରେ ଜିଲ୍ଲାପାଳ ରାୟଗଡ଼ା ଫେରି ଆସିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର