୧୧ ଖଣିର ନିଲାମ ହେବ

ଭୁବନେଶ୍ବର : ରାଜ୍ୟ ସରକାର ଆଉ ୧୧ଟି ଖଣିର ନିଲାମ କରିବେ। ଏଥି ପାଇଁ ଇସ୍ପାତ ଓ ଖଣି ବିଭାଗ ଅଧୀନସ୍ଥ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଟେଣ୍ଡର୍ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। ଏହି ଖଣି ମଧ୍ୟରେ ଅଛି ୭ଟି ଲୁହାପଥର ଖଣି। ସେଗୁଡ଼ିକ ହେଲା ନଦୀଡିହି, ପୁରେଇବାହାଲ, ଚାନ୍ଦିପୋଷି, ଜୁମକା ପଥରିପୋଷି ପାହାଡ଼, ଢୋଲଟାପାହାଡ଼, ନେତ୍ରାବନ୍ଧ ପାହାଡ଼(ପଶ୍ଚିମ) ଓ ଗନ୍ଧଲପଡ଼ା। ସେହିପରି ୨ଟି ଲୁହାପଥର-ମାଙ୍ଗାନିଜ ଖଣି ହେଲା ନଦୀଡିହି ଓ ତେହେରାଇ। ଏହା ବାଦ୍ କାଶିଆ ଲୁହାପଥର-ଡୋଲୋମାଇଟ୍ ବ୍ଲକ୍ ଏବଂ କର୍ଲାପାଟ ବକ୍ସାଇଟ୍ ଖଣିର ମଧ୍ୟ ନିଲାମ ଡକାଯାଇଛି। ଟେଣ୍ଡର୍ ଦାଖଲ କରିବାର ଶେଷ ତାରିଖ ରହିଛି ଅଗଷ୍ଟ ୨୪। ସୂଚନାଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାର ୨୪ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି।

ସମ୍ବନ୍ଧିତ ଖବର