ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ପାଇଲେ ୧୧ ଓଏଏସ୍

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍)ର ୧୧ ଜଣ ବରିଷ୍ଠ ଅଧିକାରୀ ସର୍ବଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) କ୍ୟାଡର୍‌କୁ ପଦୋନ୍ନତି ପାଇଛନ୍ତି। ଏହି ଅଧିକାରୀମାନେ ହେଲେ ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାଏ, ସୁଧାକର ବୁର୍ଗୀ, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣି ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର। ଆଜି କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର