ଭୁବନେଶ୍ବର : ଆଜି ରାଜ୍ୟ ସରକାର ଓଏଏସ୍ ଅଫିସର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୧ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଧନଞ୍ଜୟ ସ୍ବାଇଁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସରୋଜ କୁମାର ପଟେଲଙ୍କୁ ନିଯୁକ୍ତି ମିଳିଛି। ସେହିପରି ଲକ୍ଷ୍ଣଣ କୁମାର ମଲ୍ଲିକଙ୍କୁ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଏସଡି ଭାବେ ଅର୍ଚ୍ଚନା ଦାସ ପଟ୍ଟନାୟକ, କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଭାବେ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପଦରେ ଉମାକାନ୍ତ ରାଜଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ବାଲେଶ୍ବର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପ୍ରଣୟ କୁମାର ଜେନା, ବାଲିଗୁଡ଼ା ଉପଜିଲ୍ଲାପାଳ ପଦରେ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ନିଯୁକ୍ତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ଉପସଚିବ ପଦରେ ଧୀରେନ୍ଦ୍ରନାଥ କରଙ୍କୁ ନିଯୁକ୍ତ କରାଯାଇଛି। ରବିନାରାୟଣ ତ୍ରିପାଠୀଙ୍କୁ ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ (ପ୍ରଶାସନ) ଭାବେ ନିଯୁକ୍ତି ମିଳିଥିବା ବେଳେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ଉପଶାସନ ସଚିବ ଭାବେ କଲ୍ୟାଣୀ ପଟ୍ଟନାୟକଙ୍କୁ ଅବସ୍ଥାପିତ କରାଯାଇଛି।
୧୧ ଓଏଏସ୍ ଅଧିକାରୀଙ୍କ ବଦଳି
/sambad/media/post_attachments/wp-content/uploads/2019/12/secretariate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)