ଜୁଲାଇ ଦ୍ୱିତୀୟ ସପ୍ତାହ ଯାଏ ୧୧ ଯୋଡ଼ା ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : କୋଭିଡ୍‌ ସଂକ୍ରମଣ ରୋକିବା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। କେତେକ ଟ୍ରେନ୍‌କୁ ଜୁଲାଇ ଦ୍ବିତୀୟ ସପ୍ତାହ ଓ କିଛି ଟ୍ରେନ୍‌କୁ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଧିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜୁଲାଇ ପହିଲାରୁ ୧୪ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଟ୍ରେନ୍‌ (୦୮୪୯୩/୦୮୪୯୪), ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର ଟ୍ରେନ୍‌ (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର ଟ୍ରେନ୍‌ (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ୍‌ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ୍‌ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ୍‌ (୦୮୪୫୪/୦୮୪୫୩)।

ଜୁଲାଇ ୩ରୁ ୪ ଓ ୧୦ରୁ ୧୨ମଧ୍ୟରେ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-ପଲାସା-ଭୁବନେଶ୍ବର ସ୍ପେସାଲ୍, ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର ସ୍ପେସାଲ୍। ପୁରୀ-କଟକ-ପୁରୀ ସ୍ପେସାଲ୍ (୦୮୪୩୧/୦୮୪୩୨) ଉଭୟ ଦିଗରୁ ଜୁଲାଇ ପହିଲାଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ପୁରୀ-ଅନୁଗୁଳ ବିଶେଷ ଟ୍ରେନ୍‌(୦୮୪୨୮/୦୮୪୨୭) ଜୁଲାଇ ୩, ୪, ୧୦, ୧୧, ୧୨, ୧୭, ୧୮, ୨୦ ଓ ୨୧ ତାରିଖରେ ବାତିଲ ରହିବ। ଜୁଲାଇ ପହିଲାରୁ ୨୩ ତାରିଖ ମଧ୍ୟରେ ଏହି ଟ୍ରେନ ବାତିଲ ଦିନମାନଙ୍କୁ ଛାଡ଼ି ଅନ୍ୟ ଦିନଗୁଡ଼ିକରେ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ। ଉଭୟ ପାର୍ଶ୍ବରୁ ତାଳଚେର ଓ ଅନୁଗୁଳ ମଧ୍ୟର ବାତିଲ ରହିବ।

ସମ୍ବନ୍ଧିତ ଖବର