ଏକାଠି ହେଲେ କଂଗ୍ରେସ ସମେତ ୧୧ ରାଜନୈତିକ ଦଳ

ଭୁବନେଶ୍ବର : ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଞ୍ଚାଇବା ପାଇଁ ସୋମବାର ଦିନ କଂଗ୍ରେସ ସମେତ ରାଜ୍ୟର ୧୧ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି। ରାଜଧାନୀସ୍ଥିତ ରାଜ୍ୟ ଅତିଥି ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବିଜେପି ଶାସନ କାଳରେ ଦେଶ ଆଜି ଘୋର ସଂକଟ ଦେଇ ଗତି କରୁଛି। ବିଜେପି ଓ ଆଦାନି ମଧ୍ୟରେ ସଂପର୍କରେ ସଂସଦରେ ଉତ୍‌ଥାପନ କରିବା କରିବା ଲାଗି ରାହୁଲ ଗାନ୍ଧିଙ୍କୁ ସୁଯୋଗ ଦିଆଗଲା ନାହିଁ। ତାଙ୍କର ସଭ୍ୟ ପଦ ରଦ୍ଦ କରିଦିଆଗଲା। ଏହି ଘଟଣାକୁ ବିରୋଧୀ ଦଳ ନେତୃବୃନ୍ଦମାନେ ନିନ୍ଦା କରିବା ସହିତ ଆଗାମୀ ଦିନରେ ମୋଦୀ ଓ ଆଦାନିଙ୍କ ଅସଲ ଚେହେରା ଖୋଲିବା ପାଇଁ ଜନଆନ୍ଦୋଳନ କରାଯିବ। ରାଜ୍ୟର ୫ଟି ମୁଖ୍ୟ ସ୍ଥାନମାନଙ୍କରେ ପ୍ରଥମ ପର୍ଯ୍ୟାୟରେ ସଭା କରାଯିବ। ପରବର୍ତୀ ସମୟରେ ଏ ଆନ୍ଦୋଳନକୁ ପ୍ରତ୍ୟେକ ପଞ୍ଚାୟତସ୍ତରକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତାମାସ ୧୪ ତାରିଖ ଆମ୍ବେଦକର ଜୟନ୍ତୀରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ବୈଠକରେ ଅଭୟ ସାହୁ, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରଂଜନ ମହାପାତ୍ର, ଯୁଧିଷ୍ଠିର ମହାପାତ୍ର, ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗାଚରଣ ପ୍ରଧାନ, ଯତୀଶ ମହାନ୍ତି, ଅବଦୁଲ ୱାଲି, କଂଗ୍ରେସ ଦଳର ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର