ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ ମନେ ପକାଇ କାନ୍ଦୁଛନ୍ତି ପୂର୍ବତନ ସାଂସଦ। ରେଣୁବାଳା ପ୍ରଧାନ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା କରିଥିଲେ। ହେଲେ ରାତି ଅଧରେ ସବୁ ଶେଷ ହୋଇଗଲା। ଏଭଳି ଘଟଣା ଘଟିବ ବୋଲି କେବେ ଭାବି ନଥିଲେ।
ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ଖଣ୍ଡଦେଉଳି ଗାଁର ଶିବାନୀ ପ୍ରଧାନ(୨୫),ସୀତାରାମ ପ୍ରଧାନ(୬୦), ସୁଜ୍ଞାନୀ କୁମାରୀ ପ୍ରଧାନ(୩୧), ରମେଶ ପ୍ରଧାନ(୬୨) ଓ ତ୍ରିପତି ପ୍ରଧାନ(୪୮), ଗଡଗୋବିନ୍ଦପୁରର ସଙ୍ଗୀତା ଡାକୁଆ(୩୨), ସିଙ୍ଗିପୁର ପାଟପୁରର ଲିଟୁ ନାୟକ(୪୦), ମୁଜାଗଡ଼ର ସଞ୍ଜୟ ମେଦିନୀ ରାୟ(୫୦), ଦେବାଂଶୁ ପ୍ରଧାନ(୩), ରୁପାଲି ପ୍ରଧାନ (୨୩) ଏବଂ ହାର୍ଦ୍ଦିକ(୧)।
ଉଲ୍ଲେଖଯୋଗ୍ୟ, ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଠିକ୍ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/a669caec-71b2-4f4b-a1ad-7b55d9fbf508.jpg)