ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ଦ୍ୱାଦଶ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୯, ୬୬୬ ଭୋଟ୍‌ରେ ଆଗୁଆ ଅଛନ୍ତି।

Advertisment

ଏକାଦଶ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୭୭୩୫୯ ଖଣ୍ଡ ଭୋଟ୍‌ ପାଇ ଆଗୁଆ ଥିଲେ। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧୨୩୩ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୦୭୪ ଖଣ୍ଡ ଭୋଟ୍‌ ପାଇଥିଲେ।

ବିଜେପୁର ବିଧାନସଭା ଉପନିର୍ବାଚନର ନବମ ଓ ଦଶମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ଆଗୁଆ ଥିଲେ। ନବମ ରାଉଣ୍ଡ୍‌ରେ ବିଜେଡ଼ି ମଧ୍ୟ ଆଗୁଆ ଥିଲା। ବିଜେଡିର ପ୍ରାର୍ଥିନୀ ରୀତା ସାହୁ।

ସପ୍ତମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲେ। ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେପି ୧୩୬୨୩ ଖଣ୍ଡ ଏବଂ କଂଗ୍ରେସ ୨୦୫୨ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍‌ ପାଇଥିଲେ।
ଚତୁର୍ଥ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେପି ୯୫୦୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୧୪୩୫ ଖଣ୍ଡ ଭୋଟ୍‌।
ପ୍ରଥମ ରାଉଣ୍ଡ୍‌ରେ ବିଜେଡି ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ଥିଲା। ତା’ପଛକୁ ବିଜେପି ୨, ୨୧୭ ଖଣ୍ଡ ଭୋଟ୍‌ ଏବଂ କଂଗ୍ରେସ ୩୧୭ ଖଣ୍ଡ ଭୋଟ୍‌ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିଲେ।