ଜଳବାୟୁ ଦୃଷ୍ଟିରୁ ୧୧ଟି ବିଭାଗ ବ୍ୟୟର ଅନୁଶୀଳନ

ଭୁବନେଶ୍ବର : ରାଜ୍ୟ ସରକାର ସ୍ବତନ୍ତ୍ର ଜଳବାୟୁ ବଜେଟ୍ ୨୦୨୧-୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୧୧ଟି ବିଭାଗର ବ୍ୟୟର ଅନୁଶୀଳନ କରାଯାଇଛି। ସେହି ବିଭାଗଗୁଡ଼ିକ ହେଉଛି କୃଷି ଓ କୃଷକ ସଶକ୍ତୀକରଣ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମୀଣ ବିକାଶ, ବାଣିଜ୍ୟ ଓ ପରିବହନ, ହାଉସିଂ ଓ ସହରାଞ୍ଚଳ ବିକାଶ ଏବଂ ଜଳ ସଂପଦ। ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗକୁ ଏଥିରୁ ବାଦ ଦିଆଯାଇଛି। ଏହି ଅନୁଶୀଳନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଯୋଜନା ପ୍ରସ୍ତୁତକାରୀଙ୍କୁ ଅବଗତ କରିବା ଏବଂ ଆବଶ୍ୟକ ହେଉଥିବା କ୍ଷେତ୍ରରେ ବ୍ୟୟ ବଢ଼ାଇବା। ଏଥିରେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଓ ସ୍କିମ୍‌ଗୁଡ଼ିକୁ ଚିହ୍ନଟ କରାଯାଇଛି। ଜଳବାୟୁ ଦୃଷ୍ଟିରୁ କେଉଁ ସ୍କିମ୍‌ରେ ପରିବର୍ତ୍ତନ ଦରକାର କିମ୍ବା ଅଧିକ ପାଣ୍ଠି ଦରକାର ତାହା ଜାଣିବାକୁ ଉଦ୍ୟମ କରାଯାଇଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଭବିଷ୍ୟତରେ ହେବାକୁ ଥିବା କ୍ଷୟକ୍ଷତି କମ୍ କରିବା ଲାଗି ବାଟ ବାହାର କରିବାକୁ ଜଳବାୟୁ ବଜେଟ୍‌ରେ ଉଦ୍ୟମ କରାଯାଇଛି। ପ୍ରତି କ୍ଷେତ୍ରର ୧୦ଟି ସ୍କିମ୍‌କୁ ଅନୁଧ୍ୟାନ କରାଯାଇଛି। ପ୍ରତି ସ୍କିମ୍‌କୁ ସେମାନଙ୍କ ପ୍ରଦର୍ଶନ ଅନୁସାରେ ରୢାଙ୍କିଙ୍ଗ୍‌ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର