କୋରାପୁଟ : ଶାବର ଶ୍ରୀକ୍ଷେତ୍ରର ଅତିଥି ଭବନରେ ଖାଦ୍ୟ ଖାଇବା ପରେ ୧୧ ଜଣ ଅସୁସ୍ଥ ହୋଇଛନ୍ତି।
ଗତକାଲି ରାତିରେ ଏମାନେ ଅତିଥି ଭବନରେ ଖାଦ୍ୟ ଖାଇ ଅସୁସ୍ଥ ହେବା ପରେ ପ୍ରାୟ ୧୧ ଜଣ ଅସୁସ୍ଥ ହୋଇ ଏସଏଲଏନ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ୧୦ଜଣ ଘରକୁ ଯାଇଥିବା ବେଳେ ଗୁରୁତର ଥିବା ଜଣେ ମହିଳା ସଂଧ୍ୟାରେ ସୁସ୍ଥ ହୋଇଥିଲେ।
ଉକ୍ତ ମହିଳା ଜଣଙ୍କ ଅତିଥି ଭବନରୁ ଘାଣ୍ଟ ତରକାରୀ ପାର୍ଶଲ୍ ନେଇ ଘରେ ଖାଇଥିଲେ। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘାଣ୍ଟ ତରକାରୀରେ ବଣୁଆ ସାରୁ ପଡ଼ିଥିବାରୁ ଏଭଳି ହୋଇଥାଇ ପାରେ ବୋଲି କମିଟି ସଂପାଦକ ଜଗବନ୍ଧୁ ସାମଲ କହିଛନ୍ତି। ମନ୍ଦିର ଓ ଅତିଥି ଭବନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଆଉ ସାରୁ ପଡ଼ିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।