ମାଲକାନଗିରି: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ନକ୍ସଲ ବଡ଼ ହମ୍‌ଲା ଯୋଜନା କରିଥିଲେ। ଏହାକୁ ପଣ୍ଡ କରିବାକୁ ସୁରକ୍ଷା ବାହିନୀର କମ୍ବିଂ ଅପରେସନ୍‌ ସମୟରେ ତେଲେଙ୍ଗାନା ସୀମାନ୍ତ କାରେଗୁଟ୍ଟା ଜଙ୍ଗଲରେ ନକ୍ସଲଙ୍କ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୧୧ ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତଙ୍କୁ ହେଲିକପ୍ଟର ଯୋଗେ ଛତିଶଗଡ଼ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦେଶ ସ୍ବାଧୀନତା ପରେ ମାଓବାଦୀଙ୍କ ଗଡ଼ କାରେଗୁଟ୍ଟା ଜଙ୍ଗଲରେ ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ପତାକା ଉତ୍ତୋଳନ କରିଛନ୍ତି ଯବାନ। ସିଆର୍‌ପିଏଫ୍‌ର ୧୯୬ ଓ ୨୦୮ ବାଟାଲିୟନର ଯବାନ ତ୍ରିରଙ୍ଗା ଉଡ଼ାଇ ଏହି ଜଙ୍ଗଲକୁ ମାଓମୁକ୍ତ କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ସେହିପରି ସୁକମାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସ ସମାରୋହରେ ଆତ୍ମସର୍ମପଣ କରିଥିବା ୩୦୦ରୁ ଊର୍ଦ୍ଧ୍ବ ନକ୍ସଲ ଅନ୍ୟ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି।

Advertisment

Forest: ଜଙ୍ଗଲ ସୁରକ୍ଷା ସହ ଜୀବିକା ବିକାଶ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ସାଧାରଣତନ୍ତ୍ର ଦିବସରେ ଅଘଟଣ ଘଟାଇବା ପାଇଁ କାରେଗୁଟ୍ଟା ଜଙ୍ଗଲରେ ମାଓବାଦୀ ଆଡ଼ା ଜମାଇଥିଲେ। ଗୁଇନ୍ଦା ସୂଚନା ପାଇ ତେଲେଙ୍ଗାନା, ସୁକମା, ବିଜାପୁରର ଡିଆର୍‌ଜି, ଏସ୍‌ଟିଏଫ୍‌ ଓ ସିଆର୍‌ପିଏଫ୍‌ ଯବାନ ମିଳିତ କମ୍ବିଂ ଅପରେସନ୍‌ରେ ସାମିଲ ହୋଇଥିଲେ। ଅପରେସନ୍‌ ଚାଲିଥିବା ସମୟରେ ରବିବାର ମଧ୍ୟାହ୍ନରେ ମାଟିତଳେ ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଯବାନ କ୍ଷତାକ୍ତ ହୋଇଥିବା ଖବର ପାଇ ବିଜାପୁର ପୁଲିସ ପକ୍ଷରୁ ଘଟଣାସ୍ଥଳକୁ ହେଲିକପ୍ଟର ପଠାଯାଇଥିଲା। ସମସ୍ତ ଯବାନ ବିପଦମୁକ୍ତ ଥିବା ଡାକ୍ତର କହୁଥିଲେ ମଧ୍ୟ କିଛି ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ଏହି ଘଟଣା ପରେ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌କୁ ଆହୁରି ଜୋରଦାର କରାଯାଇଛି।

Union Budget: କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ହାଲୱା ଉତ୍ସବ