ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମାରୁ ଛାଡ଼ୁଥିବା ୧୧ଟି ସ୍ୱତନ୍ତ୍ର ଟ୍ରେନ୍‌ ଦକ୍ଷିଣ-ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ୍‌ରେ ସଂଶୋଧିତ ସମୟସାରଣୀ ଅନୁଯାୟୀ ଚଳାଚଳ କରିବ। ଆଜିଠାରୁ ପୁରୀରୁ ଛାଡ଼ୁଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ବିଶେଷ ଟ୍ରେନ୍‌ ହିଜଲିରୁ ୩ଟା ୫୫ରେ, ଘାଟଶୀଳା ଷ୍ଟେସନ୍‌ରୁ ୫ଟା ୧୮ରେ ଛାଡ଼ିବ। ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ବତନ୍ତ୍ର ଟ୍ରେନ୍‌ ହିଜଲିରୁ ରାତି ୧୦ଟା ୫୫ରେ ପୁରୀ ଅଭିମୁଖେ ଛାଡ଼ିବ। ଅକ୍ଟୋବର ପହିଲାରୁ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଆନନ୍ଦ ବିହାର ନୀଳାଚଳ ସ୍ପେସାଲ୍‌ ବାଲେଶ୍ୱରରୁ ଅପରାହ୍‌ଣ ୩ଟା ୩୭ରେ, ହିଜଲିରୁ ସନ୍ଧ୍ୟା ୫ଟା ୨୦ରେ, ଘଟଶୀଳାରୁ ସନ୍ଧ୍ୟା ୬ଟା ୪୩ରେ ଆନନ୍ଦବିହାର ଆଡ଼କୁ ଯାତ୍ରା କରିବ। ଅକ୍ଟୋବର ୨ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଆନନ୍ଦବିହାର ନନ୍ଦନକାନନ ସ୍ପେସାଲ୍ ଟ୍ରେନ୍‌ ସନ୍ଧ୍ୟା ୫ଟା ୧୫ରେ ହିଜଲିରେ ପହଞ୍ଚି ୫ଟା ୨୦ରେ ଛାଡ଼ିବ।

Advertisment

ସେହିପରି ଅକ୍ଟୋବର ୬ରୁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟନମ୍-ସାଲିମାର ସ୍ପେସାଲ ଭୋର୍‌ ୬ଟା ୫ରେ ଶାଲିମାରରେ ପହଞ୍ଚିବ। ଆସନ୍ତା ୫ ତାରିଖରୁ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ସାଲିମାର୍‌ ରାତି ୨ଟା ୩୦ରେ ବାଲେଶ୍ୱରରୁ, ଖଡ଼ଗପୁରରୁ ଭୋର୍‌ ୪ଟା ୩୫ରେ, ସାନ୍ତ୍ରାଗଚ୍ଛିରୁ ଭୋର୍‌ ୬ଟା ୧୫ରେ ସାଲିମାର ଅଭିମୁଖେ ଯାତ୍ରା କରିବ। ଅକ୍ଟୋବର ପହିଲାରୁ ସମ୍ବଲପୁରରୁ ଛାଡ଼ିବାକୁ ଥିବା ସମ୍ବଲପୁର-ହାଓଡ଼ା ସ୍ପେସାଲ୍ ବାଲେଶ୍ୱରରୁ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତି ୨ଟା ୩୫ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ହାଓଡ଼ା ସ୍ପେସାଲ୍ ଖଡ଼ଗପୁରରୁ ସନ୍ଧ୍ୟା ୫ଟା ୧୦ରେ, ସାନ୍ତ୍ରାଗାଚ୍ଛିରୁ ୬ଟା ୩୮ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଆସନ୍ତା ୩ ତାରିଖରୁ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କ କ୍ରାନ୍ତି ସ୍ପେସାଲ୍ ଜଳେଶ୍ୱରରୁ ରାତି ୮ଟା ୨୮ରେ, ହିଜଲିରୁ ରାତି ୯ଟା ୩୫ରେ ଛାଡ଼ିବ। ଅକ୍ଟୋବର ୩ରୁ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେସାଲ ହିଜଲିରୁ ଅପରାହ୍‌ଣ ୩ଟାରେ ଯାତ୍ରା କରିବ। ଅକ୍ଟୋବର ୭ରୁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ବିଶାଖାପାଟଣା-ଦୀଘା ସ୍ପେସାଲ୍ ଖଡ଼ଗପୁରରୁ ଭୋର୍‌ ୩ଟା ୪୦ରେ, ପାନ୍ସକୁରାରୁ ୪ଟା ୨୫ରେ, ତାମଲୁକ୍‌ରୁ ଭୋର୍‌ ୪ଟା ୫୨ରେ, କାଁଥିରୁ ଭୋର ୫ଟା ୪୩ରେ ଦୀଘା ଅଭିମୁଖେ ଯାତ୍ରା କରିବ।