କରୋନା କଟକଣାକୁ ଫୁ : ଫୁଲବାଣୀ ସହରରୁ ୧୧ ଦୋକାନୀ ଗିରଫ

ଫୁଲବାଣୀ : କରୋନା ପାଇଁ ବିଶ୍ବବ୍ୟାପୀ ସତର୍କତା ଓ କଟକଣା। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅତ୍ୟାବଶ୍ୟକ ଦୋକାନକୁ ବାଦ ଦେଲେ ଆଉ କିଛି ଦୋକାନ ଖୋଲା ରହିବ ନାହିଁ। ଏଥି ନିମନ୍ତେ ପୁଲିସର ବାରମ୍ବାର ସତର୍କତା ସତ୍ତ୍ବେ କିଛି ଦୋକାନୀଙ୍କ ଉପରେ ଏହାର ପ୍ରଭାବ ପଡୁ ନାହିଁ। ଆଜି ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନାଧିକାରୀ ନରେଶ କୁମାର ସାହୁଙ୍କ ନେତୃତ୍ବରେ ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ ଜଣ ଦୋକାନୀଙ୍କୁ ଗିରଫ କରାଯାଇଛି। କେଶ ନଂ ୪୬/୨୦୨୦ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର