ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁକ୍ରବାର ଦିନ ନୂଆ ବସ୍ର ଶୁଭାରମ୍ଭ ହୋଇଛି। ଏହି ବସ୍ଗୁଡ଼ିକ ଓଡିଶା ରାଜ୍ୟ ତଥା ପଡ଼ୋଶୀ ରାଜ୍ୟକୁ ମଧ୍ୟ ସଂଯୋଗ କରିବ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ପ୍ରଥମେ ୧୮୦ଟି ବସ୍ ଚଳାଚଳ କରିବାକୁ ଯୋଜନା କରିଥିଲା। ଏହି ନୂଆ ବସ୍ଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଯାତାୟତ ତଥା ପରିବହନ କ୍ଷେତ୍ରରେ ସହାୟକ ହେବ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୧୧୦ଟି ବସର ଶୁଭାରମ୍ଭ ହୋଇଥିବା ବେଳେ ଆଉ ୭୦ଟି ବସ୍ ଆଗାମୀ ଦିନରେ ଖୁବ ଶୀଘ୍ର ଚଳାଚଳ ହେବ ବୋଲି ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ଓଆରଟିସି ଚେୟାରମ୍ୟାନ ଏବଂ ପରିଚାଳନା ଅଧିକାରୀ ଦୀପ୍ତେଶ କୁମାର ପଟ୍ଟନାୟକ କହିଛନ୍ତି।
ନୂତନଭାବେ ଚଳାଚଳ ହୋଇଥିବା ବସ୍ଗୁଡ଼ିକ ଲୋକଙ୍କ ଯାତାୟତରେ ନୂଆ ଅନୁଭୂତି ଆଣିବ। ବସ୍ରେ ଥିବା ଅନେକ ଅତ୍ୟାଧୁନିକ ସେବାଗୁଡ଼ିକ ଯାତ୍ରୀଙ୍କୁ ଏକ ନୂଆ ଅନୁଭୂତି ଆଣିଦେବ। ଯାତ୍ରୀମାନଙ୍କ ପାଇଁ ବସ୍ ମଧ୍ୟରେ ଘୋଷଣାନାମା ସିଷ୍ଟମ ଆଇଟିଏମ୍ଏସ୍ ସକ୍ଷମ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଉନ୍ନତ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, କାର୍ବନ ଫୁଟ୍ ଫ୍ରି ହ୍ରାସ ନିମନ୍ତେ ବିଏସ୍-୬, ଯାତ୍ରୀଙ୍କ ପାଇଁ କମ୍ଫର୍ଟ ସିଟ୍, ଆପାତକାଳୀନ ବଟନ୍, ଭିଟିଏସ୍ (ଭେଇକିଲ ଟ୍ରାକିଂ ସିଷ୍ଟମ), ଜରୁରୀକାଳୀନ ପ୍ରସ୍ଥାନ ଭଳି ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଜ୍ଞାନ କୌଶଳ ସୁବିଧାମାନ ରହିଛି।
/sambad/media/post_attachments/wp-content/uploads/2021/09/f460ecc3-26c4-4ce9-8889-f6fad807b59a-1024x682.jpg)
ଏହି ସୁବିଧା ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବ ବୋଲି ଆଶା କରାଯାଉଛି। ଉକ୍ତ ବସଗୁଡ଼ିକ କେବଳ ଯେ , ଓଡ଼ିଶାରେ ସୀମିତ ରହିବ ତାହା ନୁହେଁ, ବରଂ ପଡ଼ୋଶୀ ରାଜ୍ୟମାନଙ୍କୁ ସଂଯୋଗ କରୁଥିବାରୁ ଯାତ୍ରୀମାନଙ୍କୁ ଯାତାୟାତ କ୍ଷେତ୍ରରେ ଅଧିକ ସହାୟକ ହେବ। ଏନେଇ ଓଏସଆରଟିସି ପକ୍ଷରୁ ଅଧୁକ ରୁଟର ଯୋଜନା ମଧ୍ୟ ହୋଇଛି।
ଓଏସ୍ଆରଟିସି ପକ୍ଷରୁ ୨୮ଟି ଜିଲ୍ଲାରେ ୪୩ଟି ଆନ୍ତରାଜ୍ୟ ମାର୍ଗରେ ୩୯୮ଟି ବସ୍ ଚଳାଚଳ କରୁଛି। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ସଂଯୋଗ କରୁଛି। ୧୮୦ଟି ବସ୍ ମଧ୍ୟରେ ୧୦ଟି ଭଲଭୋ, ୪୦ଟି ଏସି ଅଲଟ୍ରା ଡିଲକ୍ସ , ୮୦ଟି ନନ୍ ଏସି ଡିଲକ୍ସ ଏବଂ ୫୦ଟି ନନ୍ ଏସି ହାଇଟେକ୍ ବସ୍ ଅନ୍ତର୍ଭୁକ୍ତ ହେବ। ଭବିଷ୍ୟତରେ ଓଏସ୍ଆରଟିସି ଅନେକ ନୂଆ ରୁଟ ସହିତ ନୂଆ ବସ୍ ଯୋଗ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ଯୋଜନା ରଖୁଛି।
ମୁଖ୍ୟମନ୍ତ୍ରୀ ପଟିଆ ଯାଇ ପଟିଆ ଓ ଭଗବାନପୁର ଠାରେ ମୋ ବସ୍ର ଦୁଇଟି ଡିପୋ ଉଦ୍ଘାଟନ କରିଥିଲେ। ଏହି ଅତ୍ୟାଧୁନିକ ଡିପୋ ଦୁଇଟିରେ ମେସିନ୍ ଜରିଆରେ ବସ୍ ପରିଷ୍କାର କରିବା ସହିତ ବସଗୁଡିକରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/c978fd16-c4e9-43db-8781-74c034f4a486.jpg)