୧୧୦ ସିଭିଲ ଜଜ୍‌ଙ୍କୁ ନିଯୁକ୍ତି

କଟକ : ୧୧୦ ଜଣ ସିଭିଲ ଜଜ୍‌ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ସଂପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତବର୍ଷ ଅନୁଷ୍ଠିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ (ଓଜେଏସ୍‌) ପରୀକ୍ଷାରେ ଏମାନେ କୃତିତ୍ୱ ହାସଲ କରିଥିଲେ। ଏହି ପରୀକ୍ଷା ଲାଗି ୨୦୧୭, ଏପ୍ରିଲ ୨୫ରେ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭, ଡିସେମ୍ବର ୧୪ରେ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୧୪୧ ଜଣ ପ୍ରାର୍ଥୀ ସାକ୍ଷାତକାର ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଡିସେମ୍ବର ୧୮ରୁ ୨୬ ତାରିଖ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସିଭିଲ ଜଜ୍‌ ପଦରେ ନିଯୁକ୍ତି ପାଇଁ କୃତକାର୍ଯ୍ୟ ହୋଇଥିବା ୧୧୦ ଜଣ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ସୁପାରିଶ କରାଯାଇଥିଲା।

ସମ୍ବନ୍ଧିତ ଖବର