ଓଡ଼ିଶାରେ ଲୁଚକାଳି ଖେଳୁଛି କରୋନା ସଂକ୍ରମଣ, କେବେ ବଢୁଛି-କେବେ କମୁଛି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୬୨୧୪ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୪୮୮୫ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଆଜି ଅନୁଗୁଳରେ ୫୫୨ ଜଣ, ବାଲେଶ୍ୱରରେ ୪୦୮ ଜଣ, ବରଗଡ଼ରେ ୩୩୯ ଜଣ, ଭଦ୍ରକରେ ୪୩୧ ଜଣ, ବଲାଙ୍ଗୀରରେ ୨୮୮ ଜଣ, ବୌଦ୍ଧରେ ୨୧୩ ଜଣ, କଟକରେ ୮୬୭ ଜଣ, ଦେବଗଡରେ ୧୦୭ ଜଣ, ଢେଙ୍କାନାଳରେ ୧୬୨ ଜଣ, ଗଜପତିରେ ୮୨ ଜଣ, ଗଂଜାମରେ ୧୯୬ ଜଣ, ଜଗତସିଂହପୁରରେ ୩୦୨ ଜଣ, ଯାଜପୁରରେ ୩୭୮ ଜଣ, ଝାରସୁଗୁଡାରେ ୩୦୭ ଜଣ, କଳାହାଣ୍ଡିରେ ୨୯୯ ଜଣ, କନ୍ଧମାଳରେ ୮୮ ଜଣ, କେନ୍ଦ୍ରାପଡାରେ ୧୫୬ ଜଣ, କେଉଁଝରରେ ୧୬୫ ଜଣ, ଖୋର୍ଦ୍ଧାରେ ୧୪୬୦ ଜଣ, କୋରାପୁଟରେ ୨୮୦ ଜଣ, ମାଲକାନଗିରିରେ ୧୦୨ ଜଣ, ମୟୁରଭଞ୍ଜରେ ୫୦୭ ଜଣ, ନବରଙ୍ଗପୁରରେ ୩୫୧ ଜଣ, ନୟାଗଡରେ ୨୭୭ ଜଣ ଚିହ୍ନଟ ହୋଇଛନ୍ତି |


ସେହିପରି ନୂଆପଡାରେ ୨୩୨ ଜଣ, ପୁରୀରେ ୩୫୬ ଜଣ, ରାୟଗଡାରେ ୧୭୦ ଜଣ, ସମ୍ୱଲପୁରରେ ୫୪୭ ଜଣ, ସୋନପୁରରେ ୨୫୨ ଜଣ, ସୁନ୍ଦରଗଡରେ ୯୮୩ ଜଣ, ଷ୍ଟେଟ ପୁଲରୁ ୨୪୨ ଜଣ ଚିହ୍ନଟ ହୋଇଛନ୍ତି | ସୂଚନା ଥାଉ କି ଗତ ଗତକାଲି ୧୦୩୨୧ ଜଣ, ମେ ୧୭ରେ ୧୦୭୫୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ |

ସମ୍ବନ୍ଧିତ ଖବର