ରଗଡ଼ି : ରଗଡ଼ିସ୍ଥିତ ଯାଜପୁରରୋଡ୍ ଉପକାରାଗାରର ୧୧୨ଜଣ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତକାଲି ଓ ଆଜି କୋରେଇ ଡାକ୍ତରୀ ଟିମ୍ ଦ୍ବାରା ପରୀକ୍ଷା ପରେ ଏହି ରିପୋର୍ଟ ଆସିଛି। ଗତକାଲି ୧୧ଜଣ ଓ ଆଜି ୧୦୧ଜଣ କଏଦୀ କରୋନା ଆକ୍ରାନ୍ତ ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ତେବେ କୌଣସି କର୍ମଚାରୀଙ୍କର ପଜିଟିଭ୍ ବାହାରି ନାହିଁ। ଆକ୍ରାନ୍ତଙ୍କୁ କାରାଗାର ମଧ୍ୟରେ ଆଇସୋଲେସନରେ ରଖାଯାଇଛି। କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ହିମାଂଶୁ କୁମାରଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟକର୍ମୀମାନେ ଆଣ୍ଟିଜେନ୍ ପରୀକ୍ଷା କରିଥିଲେ। ପରୀକ୍ଷା କରିଥିବା ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏ ବିଷୟରେ ଜଣାଇ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏତେ ସଂଖ୍ୟକ କଏଦୀଙ୍କୁ କୌଣସିଠାରେ ରଖିବା ସୁବିଧାଜନକ ନୁହେଁ। ଏ ସମ୍ପର୍କରେ କାରାଗାର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ସେମାନେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ଯାଜପୁରରୋଡ୍ ଜେଲ୍ରେ ୧୧୨ କଏଦୀଙ୍କୁ କରୋନା
/sambad/media/post_attachments/wp-content/uploads/2020/08/jajpur-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)