ବଲାଙ୍ଗୀର: ବଲାଙ୍ଗୀର ପୁଲିସ ପୁଣି ୧୧୨୦ ବୋତଲ ଏସ୍କଫ୍ କଫ୍ସିରପ୍, ବ୍ୟବହୃତ ବଲେରୋ ପିକଅପ୍କୁ ଜବତ କରି ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲୋଇସିଂହା ଥାନା ଫାସଡ଼ ଗାଁର କରୁଣା ନାଏକ (୩୦), ପୁଇନ୍ତଳା ଥାନା ବିଲେଇସର୍ଡା ଗାଁର ସୀତେଶ ଶର୍ମା (୨୨), ବରଗଡ଼ ଜିଲ୍ଲା ଭେଡ଼େନ ଥାନା ବୁଡ଼ାମାଲ ଗାଁର ଯୁବରାଜ ଭୁଏ (୨୬), ମେଲଛାମୁଣ୍ଡା ଗାଁର ନିରୋଜ ବନଛୋର (୩୪), ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ଗାଁର ଜିତୁ ସା (୨୨)।
ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ସଦର ଥାନା ତଳିଉଡ଼ାର ଗାଁ ପାଖରେ ଏକ ବଲେରୋ ପିକ୍ଅପ୍କୁ ପୁଲିସ ଅଟକାଇଥିଲା। ପିକଅପ୍ରୁ ୧୧୨୦ ବୋତଲ କଫ୍ସିରପ, କିଛି ଖାଲି ବୋତଲ ଜବତ କରିଥିଲା। ଘଟଣାରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୪ଟି ମୋବାଇଲ ଓ ନଗଦ ୫୩୦ ଟଙ୍କା ପୁଲିସ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ପୁଲିସ କହିଛି।