କରୋନା: ଆଜି ପରୀକ୍ଷା ହୋଇଥିବା ୨୧୩ ସ୍ୱାବ ନମୁନା ନେଗେଟିଭ, ନିଜାମୁଦ୍ଦିନ୍ ଫେରନ୍ତା ୧୯ ଜଣଙ୍କ ନମୁନା ବି ନେଗେଟିଭ
ଭୁବନେଶ୍ୱର: କରୋନା ଭାଇରସ ପାଇଁ ଆଜି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟଭ୍ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶାରୁ ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨୭ଜଣଙ୍କ ମଧ୍ୟରୁ ୧୯ ଜଣଙ୍କର ନମୁନା ନେଗେଟିଭ ଆସିଛି।
ଆଜି ମୋଟ ୨୧୩ଟି ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ଆରଏମଆରସିରେ ୧୭୬, ଏମ୍ସରେ ୨୭ ଓ ଏସସିବିରେ ୧୦ଟି ପରୀକ୍ଷା କରାଯାଇଥିଲା । ଏଗୁଡ଼ିକ ସବୁ ନେଗେଟିଭ ଆସିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୧ ହଜାର ୧୧୩ଟି ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୫ଟି ପଜିଟିଭି ଆସିଛି ।
Tested till yesterday: 900
Tested today: 213
RMRC: 176
AIIMS: 27
SCB: 10
(All Negative for COVID)
Total tested: 1113
Positive: 5— H & FW Dept Odisha (@HFWOdisha) April 2, 2020
ଦିଲ୍ଲୀ ଆଇସିଏମଆରକୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାସ୍ଥିତ ଭୀମସାର ଓ ରାଉରକେଲା ଆଇଜିଏଚରେ କୋଭିଡ-୧୯ ସ୍ୱାବ ନମୁନା ପରୀକ୍ଷା ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏଥି ପାଇଁ ଖୁବ ଶୀଘ୍ର ୫୦ ହଜାର କିଟ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି ।
Indian Council of Medical Research New Delhi has been requested to allow COVID testing at MKCG MCH, Berhampur, VIMSAR Burla and IGH Rourkela. Orders have been placed to procure additional kits for testing at least 50000 samples in near future. @CMO_Odisha
— H & FW Dept Odisha (@HFWOdisha) April 2, 2020
କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗି ଧାର୍ମିକ ସମାରୋହରେ ଯୋଗଦେଇଥିବା ୨୭ ଜଣଙ୍କୁ ଚିହ୍ନଟ କରିଛନ୍ତି । ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ୧୯ ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଛି । ସବୁତକ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
New cases relating to Nizamuddin incident were tracked today. 27 persons have been tracked down in the State so far. 19 have been tested. All negative.
— H & FW Dept Odisha (@HFWOdisha) April 2, 2020