ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୧୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରୁ ୬୮ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୪୬ଜଣ ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ଅନୁଗୁଳରୁ ୮ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୧୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭ଜଣ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଯାଜପୁରରୁ ୬ଜଣ, ଝାରସୁଗୁଡ଼ାରୁ ୨ଜଣ, ଖୋର୍ଧାରୁ ୯ଜଣ, ମୟୁରଭଞ୍ଜରୁ ୫ଜଣ, ନବରଙ୍ଗପୁରୁ ଜଣେ, ନୂଆପଡ଼ାରୁ ୮ଜଣ, ପୁରୀରୁ ୮ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୪ଜଣ, ସୁବର୍ଣ୍ଣପୁରରୁ ଜଣେ, ସୁନ୍ଦରଗଡ଼ରୁ ୨୧ଜଣ ଓ ଷ୍ଟେଟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଚିହ୍ନଟଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୩୫୦୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୧୯୬୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୧୧୫୧ଟି ସକ୍ରିୟ କରୋନା ମାମଲା ରହିଛି।

 

 

 

ସମ୍ବନ୍ଧିତ ଖବର