ରାଉରକେଲା: ରାଜ୍ୟ ଜିଏସ୍‌ଟି ଏନ୍‌ଫୋସ୍‌ମେଣ୍ଟ ୱିଙ୍ଗ୍‌ ବଡ଼ଧରଣ ଜିଏସ୍‌ଟି ରାକେଟର ପର୍ଦାଫାଶ କରିଛି l ୧୧୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାରେ ଦୁଇ ମାଷ୍ଟରମାଇଣ୍ଡକୁ ଗିରଫ କରିଛି l ସେମାନେ ହେଲେ ରାଉରକେଲାର ତିରୁପତି ଟ୍ରେଡର୍ସର ମ୍ୟାନେଜିଙ୍ଗ୍‌ ପାର୍ଟନର ଓ ଶତଗୁରୁ ମେଟାଲ୍‌ସ ଆଣ୍ଡ ପାୱାର୍ ଲିମିଟେଡ୍‌ର ଗୁରୁଦିତ ଡାଙ୍ଗ, ରାଉରକେଲାସ୍ଥିତ ସ୍ମାର୍ଟ ଏଜେନ୍ସି ଟ୍ରେଡ଼ ଭେଞ୍ଚରର ନିର୍ଦେଶକ ସୁଜୟ ମୈତ୍ର l ଶ୍ରୀ ଡାଙ୍ଗଙ୍କୁ ରାଉରକେଲା ଓ ଶ୍ରୀ ମୈତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି l ଏହି ଦୁଇ ଜଣ ଅନ୍ୟ ମାନଙ୍କ ସହ ମିଶି ୧୬ଗୋଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲେ l ଏହାରି ଜରିଆରେ ଜାଲ କିଣା ବିଲ ମାଧ୍ୟ୍ୟମରେ ଏହି ଜାଲ ଏନପୁଟ ଟାସ୍କ କ୍ରେଡିଟ ହାତେଇଥିବା ଜଣାଯାଇଛି l

Advertisment

ଏହି ଜାଲ ପ୍ରତିଷ୍ଠାନ ରାଉରକେଲା, ବଣାଇ, ସୁନ୍ଦରଗଡ, ଅନୁଗୁଳ, ତିର୍ତୋଲ ଓ ରିଆମାଳ ରହିଛି l ବାଲେଶ୍ୱରର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା l ସେହିପରି ପାଣିକୋଇଲି, ବାରିପଦା, ରସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱରର ପାଞ୍ଚ ଜଣ ବ୍ୟବସାୟୀଙ୍କୁ ଜାଲ ବିଲ ବଳରେ ଜିନିଷ ଯୋଗାଇଥିବା ସେମାନେ ସ୍ୱୀକାର କରିଛନ୍ତି l ଦୁଇ ଚକିଆ ଯାନ, କାର, ତିନି ଚକିଆ ଯାନରେ ଟନ ଟନ ପରିମାଣ ମାଲ ପରିବହନ ହୋଉଥିବା କାଗଜପତ୍ରରେ ଦର୍ଶାଇଥିଲେ l