ସୁନ୍ଦରଗଡ଼: ଆସନ୍ତାକାଲି ପୌର ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌରପାଳିକାରେ ଏଥିପାଇଁ ବ୍ଯାପକ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ। ତିନି ପୌରାଞ୍ଚଳରେ ୧୧୫ଟି ମତଦାନ କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଛି। ସେଥିମଧ୍ଯରୁ ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ କେନ୍ଦ୍ର ସଂଖ୍ୟା  ୭୦। ସୁନ୍ଦରଗଡ ପୌରପାଳିକାରେ ଥିବା ୧୯ ଟି ଓ୍ଵାର୍ଡ ପାଇଁ ୩୮ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରୁ ୨୧ଟି ସମ୍ବେଦନଶୀଳ ଓ ୪ ଟି ଅତିସମ୍ବେଦନଶୀଳ। ନିର୍ବାଚନରେ ୩୮୧୦୪ ମତଦାତା ତାଙ୍କର ମତସାବ୍ୟସ୍ତ କରିବେ।

Advertisment

ସେହିପରି ରାଜଗାଙ୍ଗପୁର ପୌରପାଳିକାରେ ଥିବା ୨୦ଟି ଓ୍ଵାର୍ଡରେ ୪୪୭୮୯ ମତଦାତାଙ୍କ ପାଇଁ ୪୯ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ସେ ମଧ୍ୟରୁ ୩୦ ସମ୍ବେଦନଶୀଳ ୭ ଟି ଅତିସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ବୀରମିତ୍ରପୁର ପୌରପାଳିକାରେ ଥିବା ୧୧ଟି ଓ୍ଵାର୍ଡ ପାଇଁ ୨୮ ଟି କେନ୍ଦ୍ର କରାଯାଇଛି। ସେଥିମଧ୍ୟରୁ ୧୩ଟି ସମ୍ବେଦନଶୀଳ ଓ ୧୫ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି। ଏଠାରେ ୨୪୦୪୦ ଜଣ ମତଦାତା ନିଜ ମତସାବ୍ୟସ୍ତ କରିବେ।

publive-image

ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ତିନି ପ୍ଲାଟୁନ ଫୋର୍ସ, ୫ ମୋବାଇଲ ଟିମ , ୨ ଜଣ ଡିଏସପି ୨ ଜଣ ସୁପରଭାଇଜ ଅଫିସର, ବୀରମିତ୍ରପୁରରେ ୩ ଜଣ ଇନିସପେକ୍ଟର, ୪ ଜଣ ସବଇନିସପେକ୍ଟର ଓ ଅତିସମ୍ବେଦନଶୀଳ ବୁଥରେ ଜଣେ ଲେଖାଏଁ ଏଏସଆଇ ମୁତୟନ ହେବେ। ମତଦାନ ପାଇଁ ଆଜି ପ୍ରିଜାଇଡିଂ, ପୋଲିଙ୍ଗ୍ ଅଧିକାରୀମାନେ ଇଭିଏମ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ ନେଇ ଅ।ଜି ବୁଥକୁ ଯାଇଛନ୍ତି। ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅନ୍ତର୍ଗତ ଏହି ତିନି ପୌରପାଳିକାରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଏସପି ସାଗରିକା ନାଥଙ୍କ ତତ୍ତ୍ବାବଧାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ଏସପି ସାଗରିକା ନାଥ, ଏସଡିପିଓ ମଧୁସିକ୍ତା ମିଶ୍ର ସୁନ୍ଦରଗଡ଼ ପୌରପାଳିକାରେ ନିର୍ବାଚନ ପ୍ରସ୍ତୁତି ବୁଲି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ କରାଯିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଝାଡଖଣ୍ଡ ସୀମାରେ ରହିଥିବା ବୀରମିତ୍ରପୁର ପୌରାଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ମଧ୍ୟ କରାଯିବ ବୋଲି କହିଛନ୍ତି ଏସପି ସାଗରିକା।