ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୫୧୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ୧୧୫୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬ ଲକ୍ଷ ୫୮ ହଜାର ୬୪୬ରେ ପହଞ୍ଚିଛି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୬୪ ଜଣ ସୁସ୍ଥ ହୋଇଥିବାବେଳେ କଟକ ଜିଲ୍ଲାରେ ୧୦୫୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଯ଼ାଜପୁରରେ ୭୯୧ ଓ ସୁନ୍ଦରଗଡ଼ରେ ୬୯୯ ଜଣ ସୁସ୍ଥ ହୋଇଛନ୍ତି । ଅନୁଗୁଳରେ ୬୯୦ ଓ ପୁରୀରେ ୫୬୮ ଜଣ ସୁସ୍ଥ ହୋଇଛନ୍ତି । ମୟୂରଭଞ୍ଜରେ ୫୩୪ ଓ ବାଲେଶ୍ବରରେ ୫୨୪ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର