ବାଲିଆପାଳ: ବାଲିଆପାଳ ଥାନା ଡଗରା ବେଳାଭୂମିରେ ବନ ବିଭାଗ ଆଉ ୧୧୬ ଅଲିଭ୍ ରିଡଲେ ଶାବକକୁ ସମୁଦ୍ରରେ ଛାଡ଼ିଛି। ବନ ବିଭାଗର ଅସ୍ଥାୟୀ ହେଚରିରେ ରଖାଯାଇଥିବା ୧୨୦ଟି ଅଣ୍ଡାରୁ ୫୪ ଦିନ ପରେ ଏହି ୧୧୬ଟି ଶାବକ ଜନ୍ମ ନେଇଥିଲେ। ଚାନ୍ଦିପୁର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ତତ୍ତ୍ବାବଧାନରେ ଫରେଷ୍ଟ ଗାର୍ଡ ହୃଷୀକେଶ ପ୍ରଧାନ, କଇଁଛ ଜଗୁଆଳି ଉତ୍ତମ କୁମାର ଖଟୁଆ, ଦୁର୍ଜୟ କରଣ, ବନ ସଂରକ୍ଷଣ ସଭାପତି ନିତ୍ୟାନନ୍ଦ ଜେନା, ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଏହି ଶାବକଗୁଡ଼ିକୁ ସମୁଦ୍ରରେ ଛଡ଼ାଯାଇଥିଲା।
ସୂଚନାଯୋଗ୍ୟ, ବନ ବିଭାଗ ପକ୍ଷରୁ ଚଳିତ ମାସ ଚୌମୁଖଠାରେ ୩ ଶହରୁ ଊର୍ଦ୍ଧ୍ବ ଶାବକଙ୍କୁ ସମୁଦ୍ରରେ ଛଡ଼ାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/29-3.jpg)