ଜବତ ୧୧୬ କୁଇଣ୍ଟାଲ୍‌ ବ୍ରାଉନସୁଗାର ଓ ଗଂଜେଇକୁ ପୋଡ଼ିଲା ଏସ୍‌ଟିଏଫ୍

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ାର ଏକ ଘରୋଇ ଆବର୍ଜନା ନିକାଶ କେନ୍ଦ୍ର (ୱେଷ୍ଟ ଡିସ୍ପୋଜାଲ୍ ୟୁନିଟ୍)ରେ ବିଭିନ୍ନ ମାମଲାରେ ଏସ୍‌ଟିଏଫ୍‌ ଜବତ କରିଥିବା ୧୧୬ କ୍ୱିଂଟାଲ୍ ବ୍ରାଉନ୍ସୁଗାର ଓ ଗଂଜେଇକୁ ଆଜି ପୋଡ଼ି ନଷ୍ଟ କରାଯାଇଛି ।

ଆଜି ପୂର୍ବାହ୍ଣରେ ଏସ୍‌ଟିଏଫ୍‌ ଆଇଜି ଜେଏନ୍ ପଂକଜଙ୍କ ନେତୃତ୍ୱରେ ନିଶାଦ୍ରବ୍ୟ ନିକାଶ କମିଟି ଆଜି ଟାଙ୍ଗିଆପଡ଼ା ସ୍ଥିତି ସାନି କ୍ଲିନ୍ ପ୍ରାଲି ଠାରେ ପହଂଚିଥିଲେ । ସେଠାରେ ଏସ୍‌ଟିଏଫ୍‌ ୧୧/୨୦୨୨ ମାମଲାରେ ଜବତ ହୋଇଥିବା ୧୦୪୨ ଗ୍ରାମ୍ ବ୍ରାଉନ୍ସୁଗାର, ୧/୨୦୧୮, ୨/୨୦୧୮ରେ ଜବତ ହୋଇଥିବା ୫୨୫୭ କିଲୋଗ୍ରାମ ଗଂଜେଇ ସହ ୨୫ କିଲୋଗ୍ରାମ ୫୩୮ ଗ୍ରାମ ବ୍ରାଉନସୁଗାର, ୧୧୫ କ୍ୱିଂଟାଲ୍ ୯୭ କିଲୋଗ୍ରାମ ଗଂଜେଇକୁ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଡ଼ିଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏସ୍‌ଟିଏଫ୍‌ ଏସ୍ପି, ଖୋର୍ଦ୍ଧା ଅବକାରୀ ଏସ୍ପି, ଖୋର୍ଦ୍ଧା ପୁଲିସ ଡିଏସ୍ପି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖୋର୍ଦ୍ଧା ଡେପୁଟି ଜିଲ୍ଲାପାଳ, କଟକର କ୍ରାଇମ୍ ବ୍ରାଂଚ (ସିଆଇଡି) ଏସ୍ପି, ଫରେନ୍ସିକ୍ କେନ୍ଦ୍ରର ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର