୧୧୭ ପୁଲିସ ଏସ୍‌ଆଇଙ୍କୁ ପଦୋନ୍ନତି

କଟକ : ୧୧୭ ଜଣ ପୁଲିସ ଏସ୍‌ଆଇଙ୍କୁ ଇନ୍‌ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କ ପଦୋନ୍ନତି ଓ ବଦଳି ସଂପର୍କରେ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୧୬, ଫେବ୍ରୁଆରି ୨, ଗୃହ ବିଭାଗର ଚିଠି ଏବଂ ୨୦୨୧, ଫେବ୍ରୁଆରି ୯ ତାରିଖର ବିଜ୍ଞପ୍ତି ଆଧାରରେ ଆଜି ପୁଲିସ ଏଷ୍ଟାବ୍ଲିସମେଣ୍ଟ୍ ବୋର୍ଡ ବସି ୧୧୭ ଜଣ ଏସ୍‌ଆଇଙ୍କୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କୁ ତୁରନ୍ତ ନିଜନିଜ ସ୍ଥାନରୁ ରିଲିଭ୍ କରିବା ପାଇଁ ମଧ୍ୟ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର