ଭୁବନେଶ୍ବର: ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଛି। ଏହା ଆଜି ହଜାରେ ଉପକୁ ରହିଛି। ଗତକାଲି ୬୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୮୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୮୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୫୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ସବୁ ୩୦ଟି ଜିଲ୍ଲାରୁ ୧୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 26th July
New Positive Cases: 1174
Of which 0-18 years: 155
In quarantine: 688
Local contacts: 486(Details of local contacts will be shared by concerned District)
1. Angul: 3
2. Balasore: 16
3. Bargarh: 23
4. Bhadrak: 7
5. Balangir: 32
6. Boudh: 4— I & PR Department, Odisha (@IPR_Odisha) July 27, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ବର ଜିଲ୍ଲାରୁ ୧୬ ଜଣ, ବରଗଡ଼ରୁ ୨୩, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୩୨ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୬୩ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୫, ଗଜପତିରୁ ୫ ଜଣ, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୧ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୧୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ ଜଣ, କନ୍ଧମାଳରୁ ୨୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ, କେଉଁଝରରୁ ୧୦, ଖୋର୍ଦ୍ଧା ଜିଲ୍ଲାରୁ ୩୧୬, କୋରାପୁଟ ଜିଲ୍ଲାରୁ ୧୬ ଜଣ, ମାଲକାନଗିରରୁ ୧, ମୟୂରଭଞ୍ଜରୁ ୮୭ ଜଣ, ନବରଙ୍ଗପୁରରୁ ୧୬ ଜଣ, ନୟାଗଡ଼ ଜିଲ୍ଲାରୁ ୨୫ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୮ ଜଣ, ରାୟଗଡ଼ାରୁ ୧୨ ଜଣ, ସମ୍ବଲପୁରରୁ ୮୯ ଜଣ, ସୋନପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୨୬୧ ଜଣ ଓ ଷ୍ଟେଟପୁଲରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୦୯, ୦୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୯୨, ୮୮୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦୧୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।