ଭୁବନେଶ୍ୱର: ଓଡ଼ିଶାରେ ଆଜି ସକାଳେ ସର୍ବାଧିକ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ୧୧୯ ଜଣ ସୁସ୍ଥ ହୋଇଛନ୍ତି | ଆଜି ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୬୦ ଜଣ ଯାଜପୁର, ୧୩ ଜଣ କଟକ, ୧୨ ଜଣ କେନ୍ଦ୍ରାପଡା, ୯ ଜଣ ଗଜପତି, ୬ ଜଣ ନୟାଗଡ଼, ୫ ଜଣ ସୁନ୍ଦରଗଡ଼, ୩ ଜଣ ବାଲେଶ୍ୱର, ୩ ଜଣ ପୁରୀ, ୩ ଜଣ ଖୋର୍ଦ୍ଧା, ୨ ଜଣ ଗଞ୍ଜାମ, ୨ ଜଣ ବଲାଙ୍ଗୀର ଓ ଜଣେ ସମ୍ବଲପୁରରୁ ବୋଲି ଜଣାପଡିଛି | ଏହି ୧୧୯ ଜଣ କରୋନା କବଳରୁ ମୁକ୍ତ ହୋଇଥିବାବେଳେ ଏବେ ମେଡିକାଲରୁ ଡିସଚାର୍ଜ ହୋଇଥିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି |
Another 119 #Covid19 patients have recovered and are being discharged.
60 are from Jajpur
13 from Cuttack
12 from Kendrapara
9 from Gajapati
6 from Nayagarh
5 from Sundargarh
3 each from Balasore, Puri and Khurda
2 each from Ganjam & Bolangir and
1 from Sambalpur.— H & FW Dept Odisha (@HFWOdisha) June 1, 2020
ଏହି ୧୧୯ ଜଣଙ୍କୁ ମିଶାଇ ରାଜ୍ୟରେ ଏବେ ସମୁଦାୟ ୧୨୪୫ ଜଣ ସୁସ୍ଥ ହୋଇଥିବାବେଳେ ୮୫୦ଟି ସକ୍ରିୟ ମାମଲା ରହିଛି | ସେହିପରି ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ସର୍ବାଧିକ ୪୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୬ ଜଣ ସୁସ୍ଥ ହୋଇସାରିଲେଣି |
ଏଠାରେ ସୂଚନା ଥାଉ କି ଆଜି ସକାଳେ ରାଜ୍ୟରେ ୧୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଥିଲା । ଗୋଟିଏ ଦିନରେ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ନଟ ହୋଇ ନଥିଲେ।