ଜୁଆ ଆଡ୍ଡାରେ ଚଢଉ: ୧୨ ଗିରଫ, ୧ଲକ୍ଷ ୨୩ ହଜାର ଟଙ୍କା ସମେତ ୩ ବାଇକ୍ ଜବତ

ରାଉରକେଲା : ମହାମାରୀ କରୋନାର ଫାଇଦା ଉଠାଉଛନ୍ତି ଜୁଆଡି l ଜୁଆ ଖେଳିବାକୁ ପଛଘୁଞ୍ଚା ଦେଉନାହାନ୍ତି l ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳ ଅନ୍ତର୍ଗତ ଧାଙ୍ଗରୀନଚା ଗ୍ରାମରେ ଚାଲିଥିଲା ଜୁଆ ଆଡ୍ଡାରେ ବୀରମିତ୍ରପୁର ଏସଡିପିଓ ନିବେଦିତା ସୋରେନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସ ଆଇ ଡୋଳାମଣି ନାୟକ, ଏ ଏସ୍ ଆଇ ସୁନ୍ଦରମଣି ନାୟକ ଓ ସ୍ଵତନ୍ତ୍ର ଟାସ୍କ ଫୋର୍ସ ସୁନ୍ଦରଗଡ଼ ଦଳଙ୍କ ସମେତ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ l

ଘଟଣାସ୍ଥଳରୁ ୧୨ ଜଣ ଜୁଆଡି ଗିରଫ ହୋଇଛନ୍ତି l ଗିରଫ ହୋଇଥିବା ଜୁଆଡି ମାନଙ୍କ ପାଖରୁ ୧୧ ଟି ମୋବାଇଲ୍, ୩ ଟି ବାଇକ, ୧୭ ପ୍ୟାକେଟ୍ ତାସ୍ ପତ୍ତା ସହ ନଗଦ ଆକାରରେ ୧,୨୩,୭୭୦ ଟଙ୍କା ଜବତ ହୋଇଛି l

ଗିରଫ ଜୁଆଡିମାନେ ହେଲେ, ବଲକୁ ସାହୁ, ତୁଲିଆନ୍ ଲୁଗୁନ୍, ରମେଶ ସାହୁ ରାଜେଶ ସାହୁ, କଳାକାହ୍ନୁ କୁମାର, ନୀଳକଣ୍ଠ ଅର୍ହା, ଅବିନାଶ ରାଉତ୍, ରାଜେଶ ମାହାତୋ, ଏମାନେ ହେଲେ ବୀରମିତ୍ରପୁର ପୌରାଞ୍ଚଳର ବାସିନ୍ଦା ଓ ଅନ୍ୟମାନେ, ସାଇମନ୍ କୁଜୁର, ନିତୀଶ ସାହୁ, ନାୱାଲ୍ ଜୟସ୍ୱାଲ , ଶିବ ପ୍ରସାଦ ରାୟ, ଏମାନେ ରାଏବଗା ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି

ସମ୍ବନ୍ଧିତ ଖବର