ଜୁଆଆଡ୍ଡା ଉପରେ ଚଢ଼ାଉ: ୧୨ ଗିରଫ, ୫୫ ହଜାର ଜବତ

ନୂଆପଡ଼ା: ଜୁଆଆଡ୍ଡା ଉପରେ ଚଢ଼ାଉ। ଦୀପାବଳି ଅବସରରେ ଦୁଇଟି ପୃଥକ ସ୍ଥାନରେ ଜୁଆଆଡ୍ଡା ଖେଳ ଚାଲିଥିବା ଜାଣି ଚଢ଼ାଉ କରିଥିଲା ପୁଲିସ। ଚଢ଼ାଉ ପରେ ୧୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୫ହଜାର ୪୪୦ ଟଙ୍କା ଜବତ ହୋଇଥିବା ଜଣାପଡିଛି।

ପୁଲିସର ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସଦର ଏନଏସି ୧୩ ନଂ ୱାର୍ଡ ମହୁଆଭଟା ଗ୍ରାମର ଏକ ଜମିରେ ଅଜୁଆଡ୍ଡା ଚାଲିଥିବା ନେଇ ପୁଲିସ ଖବର ପାଇ ଚଢ଼ାଉ କରିଥିଲେ। ସେଠାରୁ ପୁଲିସ ଜୁଆ ଖେଳୁଥିବା ଅଭିଯୋଗରେ ପରସ ରଣା (୩୦) କୁବେର ଶବର( ୨୮), ବ୍ରିଜଲାଲ ଦଣ୍ଡସେନା(୨୩) ରିଙ୍କୁ ସାହୁ(୩୦) ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୮ ହଜାର ୬୮୦ ଟଙ୍କା ଜବତ କରିଥିଲା।

ସେହିପରି ନୂଆପଡ଼ା ବ୍ଳକ ଲାଞ୍ଜିମାଲଠାରେ ଜୁଆଆଡ୍ଡା ଚାଲିଥିବା ଖବର ପାଇଁ ଚଢ଼ାଉ କରିଥିଲେ ପୁଲିସ। ସେଠାରୁ ଲାଞ୍ଜିମାଲ ଗ୍ରାମର ଦିନବନ୍ଧୁ ସାହୁ (୨୫)ସାରାବଙ୍ଗ ଗ୍ରାମର ମହମ୍ମଦ ଖୋଲୁ(୨୫) ଅଭିନାଶ ଯାଦବ(୩୦), ଧନୁ ପଟେଲ (୩୫) ମହେଶ ଦଣ୍ଡସେନା (୨୮) ତୋର୍ରା ଗ୍ରାମର ଜିତେନ ପଟେଲ (୨୭) ମନିଷ ପଟେଲ (୨୩) ଭଁଇଷମୁଣ୍ଡି ଗ୍ରାମର ସରଜୁରାମ ଜଗତ (୨୬) ଙ୍କୁ ଗିରଫ କରିବା ସହ ୨୬ ହଜାର ୭୫୦ ଟଙ୍କା ଜବତ କରିଥିଲା ପୁଲିସ।

ସମ୍ବନ୍ଧିତ ଖବର