ବାରିପଦା : ପୁଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଶରତ ଥାନା ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଶନିବାର ରାତି ପ୍ରାୟ ୮ଟାରେ ଦେବାବାହାଳୀଠାରେ ଆଖପାଖ ୧୦ଟି ଗାଁର ପାଖାପାଖି ୩ ହଜାର ଲୋକ ଏକାଠି ହୋଇ ଚଇତି ପର୍ବ ପାଳନ କରୁଥିଲେ। କୋଭିଡ୍ କଟକଣା ବଳବତ୍ତର ଥିବା ସତ୍ତ୍ବେ ଏତେସଂଖ୍ୟକ ଲୋକ ଏକାଠି ହୋଇଥିବା ଜାଣି ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ତାଗିଦ୍ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଲୋକମାନେ ଥାନା କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ପୁଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଜଣେ ଏଏସ୍ଆଇଙ୍କ ସହିତ ଥାନା କର୍ମଚାରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଗତକାଲି ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୨ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସିନୁସିଂ ଦେଓଗାମ (୪୦), ରାମ ସିଂ (୩୫), ଲେବିର ମହାକୁଡ(୩୫), ଗୁଦ୍ରା ସିଂ (୩୦), ମାଙ୍ଗତା ସିଂ (୬୦), ଅଙ୍ଗଦ ବିନ୍ଧାଣୀ (୨୬), ବାମନ ସିଂ (୫୫), କରନାଳିଆ ସିଂ (୩୨), ସାନ କୁମାର ସୋରେନ୍ (୪୩), ପ୍ୟାରୀମୋହନ ସୋରେନ୍ (୩୫), ଦାମୋଦର ସିଂ (୨୭) ଓ ଶିବପ୍ରସାଦ ପିଙ୍ଗୁଆ (୩୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mayurbhanj.jpg)