ଭୁବନେଶ୍ବର: ଗତଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓଡ଼ିଶା ଗସ୍ତରେ ଆସି େକାରାପୁଟ ଜିଲ୍ଲାରେ େଭାଟ ମାଗୁଥିବା ବେଳେ ଆନନ୍ଦପୁର ଆସନ ଲାଗି ବି‌ଜେପି ଟିକେଟ୍ ପାଇଥିବା ଭାଗୀରଥି ସେଠୀ ବିେଜଡିରେ େଯାଗ ଦେଇଥିଲେ। ଆଜି କଳାହାଣ୍ଡିରେ େମାଦୀ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ବେଳେ କାକଟପୁର ଆସନରୁ ବିଜେପି ଟିକେଟ୍ ପାଇଥିବା ତୁଷାରକାନ୍ତ େବହେରା ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଖାଲା ପ୍ରଶଂସା କରିବା ସହିତ ତାଙ୍କରି ଉପସ୍ଥିତିରେ ବିେଜଡିରେ େଯାଗ ଦେଇଛନ୍ତି। ଏହାକୁ ନେଇ ନିର୍ବାଚନ ରାଜନୀତି େରାଚକ ସ୍ଥିତିକୁ ଆସିଥିବା ବେଳେ ବିେଜଡି ଆଜି ଆଉ ଏକ ଚାଞ୍ଚଲ୍ୟକର ସୂଚନା େଦଇଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏହି ଦୁଇ ତିନି ଜଣ େନତା ନୁହନ୍ତି, ବରଂ ବିଜେପି ଟିକେଟ୍ ପାଇଥିବା ଆଉ ୧୨ଜଣ ପ୍ରାର୍ଥୀ ଏବେ ବିେଜଡିରେ ମିଶିବାକୁ ଚାହୁଁଛନ୍ତି। କେବଳ ସେତିକି ନୁହେଁ, ଗତଥରର କଂଗ୍ରେସରୁ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ବି ଆଜି ନବୀନ ନିବାସକୁ ଆସି ବିେଜଡିରେ େଯାଗ ଦେଇଛନ୍ତି।

Advertisment

ଆଜି ଶ୍ରୀ େବହେରା ବିେଜଡିରେ େଯାଗଦାନ ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀ ଏହି େନତାମାନଙ୍କ େଯାଗଦାନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ଦଳର ଶକ୍ତି ବୃଦ୍ଧି େହବ େବାଲି କହିଛନ୍ତି। ସେପଟେ ତୁଷାରକାନ୍ତ କହିଥିଲେ, କାକଟପୁର ନିର୍ବାଚନମଣ୍ଡଳୀ ପାଇଁ ସେ ବିଜେପି ଟିକେଟ ପାଇବା ପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ପ୍ରଚାର କରିବାକୁ ଯେଉଁ ଗାଁ ଗହଳିକୁ ଗଲେ େସଠାରେ ତାଙ୍କୁ ମୋଦୀ ସରକାରଙ୍କ ଫମ୍ପା ପ୍ରତିଶ୍ରୁତିର ସାମନା କରିବାକୁ ପଡ଼ିଥିଲା। ୨୦୧୪ରେ ବିଜେପି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିଲେ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରାଯିବ। ଅଥଚ ୫ ବର୍ଷ ଭିତରେ ତାହା ଦେଖିବାକୁ ମିଳିଲାନି। ଏପରି ଅନେକ ପ୍ରତିଶ୍ରୁତି ପାଳନ ହୋଇନଥିବାନେଇ ଲୋକଙ୍କ ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନଥିଲା। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଓ ଚାଷୀ ସହାୟତା ଯୋଜନାକୁ ଲୋକ ଗ୍ରହଣ କରିଛନ୍ତି। ସେଥିପାଇଁ ଲୋକଙ୍କ ପରାମର୍ଶ କ୍ରମେ ସେ ବିଜେପି ଛାଡ଼ି ଜନସେବା ପାଇଁ ବିଜେଡିରେ ଯୋଗଦେଇଛନ୍ତି। କୌତୂହଳର କଥା େହଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ବିେଜପିକୁ ସଶକ୍ତ କରିବା ଲାଗି ପ୍ରୟାସ ଜାରି ରଖିଥିବା ବେଳେ ଦଳୀୟ ପ୍ରାର୍ଥୀ ବିେଜଡିକୁ ଆସିବା ଘଟଣା ରାଜନୈତିକ ମହଲକୁ ମଧ୍ୟ ଆଚମ୍ବିତ କରୁଛି। ଆଜି ବିେଜଡି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଓ େଗରୁଆ ପ୍ରାର୍ଥୀ ଦଳ ଛାଡୁଥିବା ପ୍ରସଙ୍ଗରେ ବିେଜପିକୁ ବଡ଼ ଆହ୍ବାନ େଦଇଛି। ଡ. ପାତ୍ର କହିଛନ୍ତି, ଗତ ପାଞ୍ଚ ବର୍ଷ ଧରି ବିେଜପି େଲାକଙ୍କୁ ମିଥ୍ୟା ପ୍ରତିଶ୍ରୁତି େଦଉଥିଲା। ଏଣୁ ବିେଜପି ପ୍ରାର୍ଥୀମାେନ େଲାକଙ୍କ ପାଖକୁ ଯାଇ େଭାଟ ମାଗିବାକୁ ଲଜ୍ଜିତ ଅନୁଭବ କରୁଛନ୍ତି। ବିେଜପିରୁ ସୁବାସ ଚୌହ୍ବାନ, ଭାଗୀରଥିଙ୍କ ପରେ ଆଜି ତୁଷାରକାନ୍ତଙ୍କ ବିଜେଡିରେ େଯାଗଦେବା ଏହାର ବଡ଼ ପ୍ରମାଣ।