ଏମ୍ସରୁ ଗିରଫ ହେଲେ ଦଲାଲ: ୧୨ଜଣଙ୍କୁ ଥାନାକୁ ଉଠାଇ ଆଣିଲା ପୁଲିସ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ। ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ହଜାର ଟଙ୍କାରେ ବିକୁଥିଲେ ବୋଲି ଜଣାଯାଇଥିଲା।

ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଧରପଗଡ଼ ଜାରି ରହିଛି। ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓପିଡିରେ ଦଲାଲ ଗତିବିଧି ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଏମ୍ସ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛି। ପୂର୍ବରୁ ମଧ୍ୟ ଏହି ଜାତୀୟ ପ୍ରତିଷ୍ଠାନ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ମଧ୍ୟ ଏମ୍ସର ସୁରକ୍ଷା କର୍ମଚାରୀଙ୍କ ସହଯୋଗରେ ପୁଲିସ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

ସମ୍ବନ୍ଧିତ ଖବର