୧୨ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଚାଇଲ୍ଡ ଲାଇନ ଆଜି ୧୨ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରଛିି। ସେମାନଙ୍କ ମଧ୍ୟରେ ୯ ଜଣ ନାବାଳିକା ଏବଂ ୩ ବାଳକ ଅଛନ୍ତି। ଏହି ଶିଶୁ ଶ୍ରମିକମାନେ ଆନ୍ଧ୍ରର ବିଶାଖପାଟଣାକୁୁ ଯିବା ପାଇଁ ବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବା ବେଳେ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ଉଦ୍ଧାର କରିଥିଲେ। ତେବେ ଚାଇଲ୍‌ଡ ଲାଇନ୍‌ କର୍ମକର୍ତ୍ତାକୁ ଦେଖି ଦଲାଲ ଫେରାର ହୋଇଯାଇଥିଲା। ସମସ୍ତ ଶିଶୁ ଶ୍ରମିକକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ। ସମସ୍ତଙ୍କୁ ଶିଶୁ ଗୃହରେ ରଖାଯାଇ ପାଠ ପଢାଯିବ ନଚେତ ଆତ୍ମନିର୍ଭରଶୀଳ ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି। ଉଦ୍ଧାର ଶିଶୁ ଶ୍ରମିକମାନେ ତୁମସାପାଲୀ ଏବଂ ମାରିୱାଡା ଅଂଚଳର ବୋଲି ଜଣାପଡିଛି। ଶ୍ରମ ବିଭାଗ ତରଫରୁ ଦଲାଲମାନଙ୍କୁ ଚିହ୍ନଟ କରାଯାଇ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର