ବାଲେଶ୍ୱର ଜିଲ୍ଲାରେ ୧୨ ଶିଶୁ କରେନା ପଜିଟିଭ୍‌, ୪ ଜଣଙ୍କ ବୟସ ୨୮ ଦିନରୁ କମ୍‌

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୪ ଜଣ ଶିଶୁଙ୍କ ବୟସ ୨୮ଦିନ ମଧ୍ୟରେ ରହିଥିବା ବେଳେ ଏମାନେ ଏସ୍‌ଏନ୍‌ସିୟୁରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୬ ଜଣ ଶିଶୁଙ୍କୁ ରେଡକ୍ରସ୍‌ କ୍ୟାବିନ୍‌ରେ ଚିକିତ୍ସା କରାଯାଉଛି। ୮ ଜଣ ଶିଶୁଙ୍କର ବୟସ ଏକ ମାସରୁ ଅଧିକ ରହିଛି।

ତେବେ ଗତକାଲି ଦୁଇ ଜଣ ପିଲାଙ୍କୁ ଅଭିଭାବକଙ୍କ ସହମତିରେ କଟକ ରେଫର୍‌ କରାଯାଇଥିବା ସିଡିଏମ୍‌ଓ ଡାକ୍ତର ଦୁଲାଲସେନ ଜଗଦ୍ଦେବ ସୂଚନା ଦେଇଛନ୍ତି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ପାଇଁ ୪୦ ଶଯ୍ୟା ବିଶିଷ୍ଟ ଡାଇରିଆ ୱାର୍ଡକୁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି।

ତେବେ ଚିକିତ୍ସିତ ଶିଶୁମାନେ ଗୁରୁତର ନାହାନ୍ତି। ଯଦି ଏମିତି ଶିଶୁମାନଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଏ, ତାହେଲେ ଏହାକୁ ନେଇ ତର୍ଜମା କରାଯିବ। ସଂକ୍ରମିତ ଶିଶୁମାନେ ମା’ମାନଙ୍କ ଠାରୁ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସିଡିଏମ୍‌ଓ ଡାକ୍ତର ଜଗଦ୍ଦେବ କହିଛନ୍ତି। ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଏ ତେବେ ଅଧିକ ଶଯ୍ୟାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର