ଭୁବନେଶ୍ବରରେ ବଢୁଛି କଣ୍ଟେନ୍‌ମେଣ୍ଟ ଜୋନ୍‌, ଆଜି ଗୋଟିଏ ଦିନରେ ୧୨ ନିଷିଦ୍ଧାଞ୍ଚଳ ଘୋଷଣା

ଭୁବନେଶ୍ବର: କରୋନା ଭାଇରସ୍‌ ମହମାରୀ ଭୁବନେଶ୍ବରବାସୀଙ୍କର ଅଧିକ ଚିନ୍ତା ବଢ଼ାଇଛି। ବିଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଟପିିଥିବା ବେଳେ ଭୁବନେଶ୍ବରରେ ଏହା ୧ ହଜାର ଅତିକ୍ରମ କରିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କରୋନା କଟକଣା ନେଇ ଗାଇଡଲାଇନ୍‌ ଜାରି କରାଯାଇଛି। ଏଥି ସହିତ ଯେଉଁ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନର ଆବଶ୍ୟକତା ଅଛି, ସେଠାରେ ତାହା ଲାଗୁ କରାଯାଉଛି। ଆଜି ଗୋଟିଏ ଦିନିରେ ବିଏମସି ୧୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

ଭୁବନେଶ୍ବର ସହିଦନଗର ଅଞ୍ଚଳର ୩୦ ନମ୍ବର ୱାର୍ଡର ପିଏନ୍‌-୬୨୧, ଝାରପଡ଼ା ଜେଲରୋଡସ୍ଥିତ ବାଲାଜୀ କମ୍ପ୍ଲେକ୍ସର ମହାଦେବ-୮୦୨, ଅଶୋକନଗର ୪୧ ୱାର୍ଡର ପ୍ଲଟ ନମ୍ବର ୭, ତୁଳସୀ ବିହାର ଗାର୍ଡେଜ ଛକ ପୁରୁଣା ଭୁବନେଶ୍ବର ୫୮ ନମ୍ବର ୱାର୍ଡର ପ୍ଲଟ ନମ୍ବର ୧୦୦୬, ବିବେକାନନ୍ଦ ମାର୍ଗର ୬୦ ନମ୍ବର ୱାର୍ଡର ଦିବ୍ୟପ୍ରଭା ଆପାର୍ଟମେଣ୍ଟ ରାମକୃଷ୍ଣ ମିଶନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛିି।

ବିଏମ୍‌ସିର ଉତ୍ତର ଜୋନ୍‌ରେ ଆଜି ୭ଟି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏଗୁଡ଼ିକ ହେଲା ପଟିଆର କିଟ ଛକ ନିକଟ ଆପୋଲୋ ଭିଲାର ଏଫ୍‌ଏନ୍‌-୧୪, କାନନ ବିହାର ଫେଜ୍‌-୧ର ସିଏଚ୍‌ଜେ-୯୮, ଶିଶୁ ବିହାର ପିଏନନ୍‌ ୩୭୩, ସୁଭଦ୍ରା ଆପାର୍ଟମେଣ୍ଟରର ଏ-୪୦୬, ପିଏନ୍‌୫୨୧/୨୪୪୮୮, ପଟିଆ ଫେଜ୍‌-୨ କାନନ ବିହାରର ପିଏନ୍‌ ୧୮୬ ଓ କଳାରାହଙ୍ଗ ୧୨ଏଲବି।

 

ସମ୍ବନ୍ଧିତ ଖବର