କୋଭିଡ୍ ହସ୍ପିଟାଲ୍‌ରେ ଆଉ ୧୨ ମୃତ

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ। ଶନିବାର ପଶ୍ଚିମ ଓଡ଼ିଶାର ଆଉ ୧୨ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୪ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ୧୨ ଜଣ ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୫୬ ବର୍ଷୀୟ, ଜଣେ ୫୨ ବର୍ଷୀୟ, ଜଣେ ୫୪ ବର୍ଷୀୟ ଓ ୨ ଜଣ ୫୫ ବର୍ଷୀୟ ରହିଥିବା ବେଳେ ବଲାଙ୍ଗୀରର ଜଣେ ୬୨ ବର୍ଷୀୟା, ଜଣେ ୬୦ ବର୍ଷୀୟ, ଜଣେ ୪୧ ବର୍ଷୀୟା ଓ ଜଣେ ୬୨ ବର୍ଷୀୟ, ଝାରସୁଗୁଡ଼ାର ୨ ଜଣ ୪୫ ବର୍ଷୀୟ ଏବଂ ସମ୍ବଲପୁରର ଜଣେ ୫୫ ବର୍ଷୀୟା ରହିଛନ୍ତି। ଏହି ୧୨ ମୃତକଙ୍କୁ ମିଶାଇ ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭିମ୍‌‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ୧୯୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର