ସମ୍ବଲପୁର : ସୋମବାର ବୁର୍ଲା ଭିମ୍ସାର କୋଭିଡ୍ ହସ୍ପିଟାଲ୍ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ସମ୍ବଲପୁର ଓ ବରଗଡ଼ର ୫ ଜଣ ଲେଖାଏଁ ରହିଥିବା ବେଳେ ବଲାଙ୍ଗୀର ଓ ଦେବଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ଏମାନଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୩୧ ବର୍ଷୀୟ, ଜଣେ ୫୯ ବର୍ଷୀୟ, ଜଣେ ୩୨ ବର୍ଷୀୟ, ଜଣେ ୮୫ ବର୍ଷୀୟ ଓ ଜଣେ ୪୫ ବର୍ଷୀୟ, ବରଗଡ଼ର ଜଣେ ୩୬ ବର୍ଷୀୟା, ଜଣେ ୫୬ ବର୍ଷୀୟ, ଜଣେ ୬୦ ବର୍ଷୀୟ, ଜଣେ ୭୦ ବର୍ଷୀୟା ଓ ଜଣେ ୫୫ ବର୍ଷୀୟ, ବଲାଙ୍ଗୀରର ଜଣେ ୯୧ ବର୍ଷାୟ ଏବଂ ଦେବଗଡ଼ର ଜଣେ ୪୭ ବର୍ଷୀୟା ରହିଛନ୍ତି। ଏହି ୧୨ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍ ହସ୍ପିଟାଲ୍ରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୪୬କୁ ବୃଦ୍ଧି ପାଇଛି। ଏଠାରେ ୨୪୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/covid-hospital-burla-bk.jpg)