କାମାକ୍ଷାନଗର: ବର୍ଷା ଋତୁ ଆସିବା ସହିତ ଚାଷ ସମୟ ଆସି ଯାଇଛି। ଏହାରି ଭିତରେ ହାତୀପଲ କାମାକ୍ଷାନଗର ରେଞ୍ଜ ଅଞ୍ଚଳକୁ ମଧ୍ୟ ଆସି ଯାଇଛନ୍ତି।

Advertisment

ସୋମବାର ରାତିରେ ୧୨ଟିକିଆ ହାତୀପଲ ଅଁଳାବେରେଣି ଫରେଷ୍ଟ ଅଞ୍ଚଳରୁ କାମାକ୍ଷାନଗର ସମାଟାଙ୍ଗି ଗାଁ ନିକଟକୁ ଆସିଛନ୍ତି।

ଖବର ପାଇ କାମାକ୍ଷାନଗର ରେଞ୍ଜର କୈଳାସ ସାହୁ ଓ ଅନ୍ୟ ବନ କର୍ମଚାରୀ ହାତୀପଳଙ୍କୁ ଘଉଡାଇବାକୁ କରୁଛନ୍ତି ଉଦ୍ୟମ । ହାତୀପଲ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ରହି ଯାଇଛନ୍ତି ।