ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ଗଡ଼ସାହି ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଦ୍ବି-ପ୍ରହର ସମୟରେ ଉକ୍ତ ଗ୍ରାମର ଉପେନ୍ଦ୍ର ପାତ୍ରଙ୍କ ଘରେ ଏକ ବିରାଟ ଅହିରାଜ ଘର ବାରଣ୍ଡାରେ ଥିବା କାଠଗଦାରେ ପଶି ଯାଇଥିଲା। ଏହାକୁ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଦେଖି ସଂଗେସଂଗେ ବନବିଭାଗକୁ ଖବର ଦେଇଥିଲେ। ହେଲେ ବନବିଭାଗରେ ସାପଧରିବା ପାଇଁ କୌଣସି କର୍ମଚାରୀ ନଥିବାରୁ ସ୍ଥାନୀୟ ଲୋକ ଭଦ୍ରକ ଜିଲ୍ଲାର ସାପଧରାଳି ସେକ୍ ମିର୍ଜାଙ୍କୁ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ସେକ୍ ମିର୍ଜା ସେଠାରେ ପହଞ୍ଚି ଅହିରାଜଟିକୁ ଧରି ବନବିଭାଗ କର୍ମଚାରୀଙ୍କ ସହଯୋଗରେ କୁଳଡିହା ଅଭୟାରଣ୍ୟରେ ଛାଡ଼ିଥିବା ଜଣାଇଛନ୍ତି।
ବାଲେଶ୍ବରରେ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର
/sambad/media/post_attachments/wp-content/uploads/2020/07/fd6fd031-8bdf-42d4-acf0-59a381be0d8a.jpg)